୧୯ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ରାଜ୍ୟ ପୁଲିସ ବିଭାଗର ୧୯ ଜଣ ଡିଏସ୍ପିଙ୍କୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏହି ଅବସରରେ ନବନିଯୁକ୍ତ ଆଡିସନାଲ୍ ଏସ୍ପି ଏବଂ ଉକ୍ତ ର୍ୟାଙ୍କ୍ର ଆଉ ୨ ଜଣ ଅଫିସରଙ୍କୁ ମିଶାଇ ମୋଟ ୨୨ ଅତିରିକ୍ତ ଏସ୍ପିଙ୍କ ଏକ ବଦଳି ତାଲିକା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଛି ।
ପୁଲିସ ମୁଖ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଡିଏସ୍ପିରୁ ଅତିରିକ୍ତ ଏସ୍ପି ପାହ୍ୟାକୁ ପଦୋନ୍ନତି ପାଇଥିବା ସତୀଶ ପ୍ରସାଦ ପାଢ଼ୀଙ୍କୁ କୋରାପୁଟ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ) ଭାବେ ଓ ବାଙ୍କବିହାରୀ ମୁର୍ମ୍ମୁଙ୍କୁ ଭୁବନେଶ୍ୱରସ୍ଥିତ ରେଳବାଇ ଏବଂ ତଟ ସୁରକ୍ଷା ବାହିନୀ ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ସେହିପରି ଏ. କୁଜୁରଙ୍କୁ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ) ସମ୍ବଲପୁର, ସୁରେଶ କୁମାର ନାୟକଙ୍କୁ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ) କେନ୍ଦୁଝର, ସୁରେଶ କୁମାର ଦାସଙ୍କୁ ଅତିରିକ୍ତ ଏସ୍ପି ଖୋର୍ଦ୍ଧା, ଗୋପାଳକୃଷ୍ଣ ବେହେରାଙ୍କୁ ବିଧାନସଭା ସିକ୍ୟୁରିଟି ଅଫିସର, ମମତାଲକ୍ଷ୍ମୀ ଜଗଦେବଙ୍କୁ ଅତିରିକ୍ତ ଅତିରିକ୍ତ ଏସ୍ପି ସିକ୍ୟୁରିଟି ୱିଙ୍ଗ୍, ଭୁବନେଶ୍ୱର, ବିଜୟ ରଞ୍ଜନ କେରକେଟାଙ୍କୁ ଅତିରିକ୍ତ ଏସ୍ପି ଭଦ୍ରକ (ଆଇୟୁସିଏଡବ୍ଲୁ), ବେଣୁଧର ଭୋଇଙ୍କୁ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ) କଳାହାଣ୍ଡି, ରବୀନ୍ଦ୍ର କୁମାର ରାଉତଙ୍କୁ ଅତିରିକ୍ତ ଏସ୍ପି ବୌଦ୍ଧ, ଜଗଜୀବନ ପଟେଲଙ୍କୁ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ)ସୋନପୁର, ବିଜୟଲକ୍ଷ୍ମୀ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଏସ୍ପି ଏଚ୍ଆର୍ପିସି, ପରମେଶ୍ୱର କିଶାନଙ୍କୁ ଅତିରିକ୍ତ ଏସ୍ପି ଭିଜିଲାନ୍ସ, ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ) ପୁରୀ, ବାମଦେବ ସିଂଙ୍କୁ ଅତିରିକ୍ତ ଏସ୍ପି ଗଜପତି, ସୁରେନ୍ଦ୍ର ମାଝିଙ୍କୁ ଅତିରିକ୍ତ ସୁନ୍ଦରଗଡ଼, ପ୍ରଦୀପ କୁମାର ଦଳେଇଙ୍କୁ ଅତିରିକ୍ତ ଏସ୍ପି ଗଞ୍ଜାମ, ବିଳାସିନୀ ନାୟକଙ୍କୁ ଅତିରିକ୍ତ ଏସ୍ପି ସିଏଡବ୍ଲୁ ଏବଂ ସିଡବ୍ଲୁ, ସଚ୍ଚିଦାନନ୍ଦ କୁଆଙ୍କୁ ଅତିରିକ୍ତ ଏସ୍ପି ଝାରସୁଗୁଡ଼ା, ଦିଲ୍ଲୀପଚନ୍ଦ୍ର ବାଗ୍ଙ୍କୁ ଅତିରିକ୍ତ ଏସ୍ପି (ଆଇୟୁସିଏଡବ୍ଲୁ)ବରଗଡ଼ ଅବସ୍ଥାପିତ କରାଯାଇଛି । ଖୋର୍ଦ୍ଧା ଅତିରିକ୍ତ ଏସ୍ପି କୃତ୍ତିବାସ ଜେନାଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଏସ୍ପି, ବରଗଡ଼ ପୁଲିସ୍ ଜିଲ୍ଲାର ଆଇୟୁସିଏଡବ୍ଲୁ ୟୁନିଟ୍ର ଅତିରିକ୍ତ ଏସ୍ପି ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ବରଗଡ଼ର ଅତିରିକ୍ତ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)