ଢେଙ୍କାନାଳରେ ରୀତିନୀତିରେ ଦୋଳପୁର୍ଣିମା ପାଳିତ

ଜେ ବି ଏନ, ରିପୋର୍ଟ, ସୁଶାନ୍ତ କୁମାର ସାମଲ, ଆଜି(୨୮/୦୩/୨୦୨୧) ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଦୋଳପୁର୍ଣିମା ପାଳିତ ହୋଇଯାଇଛି । ଭଗବାନ ରାଧାକୃଷ୍ଣ ଦୋଳ ମେଲଣରେ ବୁଲି ବୁଲି ଭକ୍ତ ମାନଙ୍କୁ ଦର୍ଶନ ଦେବା ସହ ଭକ୍ତମାନଙ୍କ ଠାରୁ ଆଦରରେ ଭୋଗ ଗ୍ରହଣ କରୁଛନ୍ତି । ଅପରାହ୍ନ4 ଟା ସମୟରେ ଭଗବାନ ମଦନମୋହନ ବଳଦେବଜୀଉ ମନ୍ଦିର ରୁ ବାହାରି ଦୋଳମଣ୍ଡପ ସାହିର ଦୋଳଭାଡ଼ିରେ ପୂଜା ପାଉଛନ୍ତି । ପୂଜାପଣ୍ଡା ଭାଗିରଥି ରଥ ଙ୍କ ଦ୍ଵାରା ପୂଜାର୍ଚନା କରାଯିବା ସହ ଗୌଡ଼ବାଡୀ ଖେଳ ଲୋକମାନଙ୍କର ମନୋରଞ୍ଜନ କରିଛି । ଆଜିର ଏହି ପବିତ୍ର ଦିନରେ ଭଗବାନ ରାଧାମୋହନ ଙ୍କୁ ପାଖରେ ପାଇ ଭକ୍ତଜନ ଭାବ ବିହୋର ହୋଇପଡିଛନ୍ତି l


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)
