Breaking news
କେନ୍ଦୁଝର ରେ ଅସୁରକ୍ଷିତ ବନ୍ୟପ୍ରାଣୀ ଙ୍କ ଜୀବନ ! ବିଦ୍ୟୁତ ଆଘାତରେ ଟଳିପଡିଲେ ଗଜରାଜ




କେନ୍ଦୁଝର ଜିଲ୍ଲାରେ ଅସୁରକ୍ଷିତ ହୋଇପଡିଛି ବନ୍ୟପ୍ରାଣୀଙ୍କ ଜୀବନ।କେତେବେଳେ ନିଆଁଦାଉ ତ ଆଉକେତେବେଳେ ବିଦ୍ୟତ୍ ସ୍ପର୍ଶରେ ବନ୍ୟଜନ୍ତୁ ପ୍ରାଣ ହରାଉଛନ୍ତି। ଆଜି ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଦବୁନା ବିଟ୍ ର ବସନ୍ତପୁର ଗ୍ରାମରେ ବିଦ୍ୟୁତ ଆଘାତରେ ବିଳମ୍ବିତରାତି ଏକ ଦନ୍ତାହାତୀ ର ମୃତ୍ୟୁ ଘଟିଛି।ସକାଳେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।୧୧ କେଭି ବିଦ୍ୟୁତ ଲାଇନ ର ସପଟିଙ୍ଗ ଷ୍ଟେ ତାର ଚାର୍ଜ ହୋଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତାହାତୀ ର ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।କେନ୍ଦୁଝର ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁଘଟୁଥିଲେହେଁ ବିଦ୍ୟୁତ୍ ଟାଟାପାୱାର ବିଭାଗୀୟ ପକ୍ଷରୁ ସଚେତନ ହେଉନଥିବା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି।
ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ( ଜାଗ୍ରତ ଭାରତ ନିଉଜ୍ )




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)