Spread the love

ଭୁବନେଶ୍ୱର : ଓଡ଼ିଶାରେ ହେବ ନିପ୍ପନ ଷ୍ଟିଲର ମେଗା ଷ୍ଟିଲ୍ ପ୍ଲାଣ୍ଟ ।
ଟୋକିଓରେ ନିପ୍ପନ ଷ୍ଟିଲ୍ ମୁଖ୍ୟ ଏଇଜି ହାସିମୋତୋଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରୁ ଛୁଟିବ ନିବେଶର ସୁଅ । ଓଡ଼ିଶାରେ ନିବେଶ କରିବ ନିପ୍ପନ ଷ୍ଟିଲ। ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିବ ଜାପାନୀ କମ୍ପାନି ତଥା ବିଶ୍ବର ଚତୁର୍ଥ ବୃହତ୍ତମ ଷ୍ଟିଲ କମ୍ପାନି ନିପ୍ପନ୍ । ୩୦ ମିଲିୟନ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ମୁଖ୍ୟମନ୍ତ୍ରୀଙ୍କୁ କଥା ଦେଇଛନ୍ତି ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ। ଟୋକିଓରେ ହାସିମୋତୋଙ୍କ ସହ ଓ୍ବାନ୍ ଟୁ ଓ୍ବାନ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଞ ସଚିବଙ୍କ ସହିତ କଥା ହେବା ସମୟରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିପ୍ପନ ଷ୍ଟିଲର ନିବେଶ ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ।

ସେପଟେ ଟୋକିଓ ଓକୁରାରେ ଓଡ଼ିଶା ବିଜନେସ୍ ମିଟ୍ ହେବ । ଏଥିରେ ଜାପାନ ତଥା ଇଣ୍ଡୋପେସିଫିକ୍ ରିଜିଅନର ୨ଶହ ଶିଳ୍ପପତି, ବିଜନେସମ୍ୟାନ, ନିବେଶକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ଏହି ବିଜନେସ ମିଟ୍‌ରେ ମୁ୍ଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଏବଂ ବିଜନେସ କରିବା ରହିଥିବା ସମ୍ଭାବନା ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଇବେ । ଦିନ ୧୦ଟାରୁ ଆରମ୍ଭ ହେବ ଓଡ଼ିଶା ବିଜନେସ୍ ମିଟ୍ । ଏହା ପରେ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଜାପାନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ ନବୀନ ।

ସୋର୍ସ news

Leave a Reply

Your email address will not be published. Required fields are marked *