( ଝଙ୍କଡ଼ର ଅଧୀଶ୍ୱର ଝଙ୍କେଶ୍ୱର ମହାଦେବ ଙ୍କ ଅଣଚାଳିଶିତମ ଯଂଜ୍ଞ ଉତ୍ସବ ଉଦଯାପିତ )
ଜଗତସିଂହପୁର
ତା =7/4/23
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ସ୍ଥିତ ଝଙ୍କେଶ୍ୱର ଗ୍ରାମରେ ବିରାଜିତ ଝଙ୍କଡ଼ର ଅଧୀଶ୍ୱର ବାବା ଝଙ୍କେଶ୍ୱର ମହାଦେବ ଙ୍କର ଅଣଚାଳିଶିତମ ବିଶ୍ୱଶାନ୍ତି ମହାଯଂଜ୍ଞ ମହାସମାରୋହ ରେ ଉଦଯାପିତ ହୋଇଯାଇଛି | ଏହି ଉପଲକ୍ଷେ ପୁଣ୍ୟତୋୟା ହଁସୁଆ ନଦୀରୁ ଏକ କଳସ ଶୋଭାଯାତ୍ରା ବାହାରି ଝଙ୍କେଶ୍ୱର ଙ୍କ ପୀଠରେ ପହଂଚିବା ପରେ ରୁଦ୍ରାଭିଷେକ | ଅଙ୍କୁରାରୋପଣ | ଅଗ୍ନିସ୍ଥାପନ |ମହାମନ୍ତ୍ର ନାମଯଂଜ୍ଞ | ଭଜନକୀର୍ତ୍ତନ | କାଠିଲଉଡ଼ିନୃତ୍ୟ ଓ ଯଂଜ୍ଞ ରେ ଆହୁତି ପ୍ରଦାନ କରାଯାଇଥିଲା , ଯଂଜ୍ଞ କର୍ତ୍ତା ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ପ୍ରଦୀପ୍ତ କୁମାର ପଣ୍ଡା ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ପଣ୍ଡିତ ଦେବେନ୍ଦ୍ର ପଣ୍ଡା ଙ୍କ ସମେତ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ଵନି ରେ ବାବାଙ୍କ ପୀଠସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା , ନିତ୍ୟସେବକ ମାଧବପଣ୍ଡା, ଓ ଭାଗେଶ୍ୱର ଦାସ ପ୍ରମୁଖ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ | ପାଞ୍ଚଦିନ ବ୍ୟାପି ଏହି ଯଂଜ୍ଞଉତ୍ସବ ସ୍ଥାନୀୟ ଅଞ୍ଚଳ ରେ ଅପୂର୍ବ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




