ବିଶ୍ୱର ଇସ୍ପାତ କେନ୍ଦ୍ର ହେବ ଓଡିଶା। ରାଜ୍ୟରୁ ବାର୍ଷିକ ଅନ୍ୟୁନ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ରାଜ୍ୟ ସରକାର ନକ୍ସା ପ୍ରସ୍ତୁତ କରୁଛନ୍ତି। ଆର୍ଥିକ ବିକାଶ ସହ ଯୁବକଯୁବତୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ଏହି ଉଦ୍ଦେଶ୍ଯ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଛନ୍ତି।

ଏ ନେଇ ଜାପାନ ଗସ୍ତ ସଫଳ ହୋଇଛି ବୋଲି କହିଛନ୍ତି ଶାସକ ଦଳ ବିଜେଡ଼ି। ଅନ୍ୟ ପକ୍ଷରେ ବିରୋଧି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୁଟି କାଟିବାକୁ ଯାଇଛନ୍ତି।

ତେବେ ସରକାର ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆଣିଛନ୍ତି ବୋଲି ଶାସକ ଦଳ କହିଛନ୍ତି। ଯଦି ନିପନ କମ୍ପାନୀର ପୁଞ୍ଜି ବିନିଯୋଗ ହେବ। ତେବେ ବିଶ୍ୱର ଇସ୍ପାତ କେନ୍ଦ୍ର ହେବ ଓଡିଶା ବୋଲି ଶାସକ ଦଳ କରିଥିବା ମତବ୍ୟକ୍ତ ସତ ପ୍ରମାଣିତ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *