ବୈଶାଖ ମାସର ପ୍ରଥମ ଶନିବାର ଥିବା ରୁ ବିଭିନ୍ନ ଶନିମନ୍ଦିରରେ ଶିନିଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଉଛି ।
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ଶନି ମନ୍ଦିର, ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣରେ ଥିବା ଶନିମନ୍ଦର, ଟାଉନ୍ ପ୍ଲାନିଙ୍ଗ ସ୍ଥିତ ଶନିମନ୍ଦିର, ଲକ୍ଷ୍ମୀ ବଜାର ସ୍ଥିତ ମଲ୍ଲାର ସାହି ସ୍ଥିତ ଶନିମନ୍ଦିର ଓ ବିଭିନ୍ନ ଶନିମନ୍ଦିର ଗୁଡିକ ରେ ଶନି, ରାହୁ କେତୁଙ୍କୁ ଶୋଡଷଉପଚାରରେ ପୂଜା ଓ ଯଜ୍ଞର ଅଧିବାସ ଏବଂ ଯଜ୍ଞ ଆରମ୍ଭ କରାଯାଉଛି। ଭକ୍ତଙ୍କମାନେ କଳସ, ବିଭିନ୍ନ ପ୍ରକାରର ଫୁଲ, ଫଳ ନେଇ, ବିଭିନ୍ନ ପ୍ରକାରର ଭୋଗ ନେଇ ପୂଜାର୍ଚ୍ଚନା କରୁଛନ୍ତି ।




