( ଦଳିତ ବିକାଶ ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ 132ତମ ଜୟନ୍ତୀ ପାଳିତ
)
ଜଗତସିଂହପୁର
ତା =14/4/23
ଜଗତସିଂହପୁର ଜ଼ିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଡ଼କ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କ 132ତମ ଜୟନ୍ତୀ ଜ଼ିଲ୍ଲା ସଦର ମହକୁମାରେ ମହାସମାରୋହ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ସ୍ଥାନୀୟ ନିମାଇଁ ଭବନ ଠାରୁ ଶତାଧିକ ଦଳିତ ବିକାଶ ପରିଷଦ ର କର୍ମକର୍ତା ସୁସଜିତ ରାଲିରେ ନୁର୍ତ୍ୟ ଗୀତ ମଧ୍ୟ୍ୟମରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ବଜାର ପରିକ୍ରମା କରିଥିଲେ | ଥାନା ଛକରେ ବିଜେପି ନେତୃବୃନ୍ଦ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଆଦିକବି ସାରଳା ଦାସ ସାଂସ୍କୃତି ଭବନ ଠାରେ ସାଧାରଣ ସଭା ଜ଼ିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ଆଇନୀଜୀବି ଦେବେନ୍ଦ୍ର ମଲ୍ଲିକ, ଶ୍ରମିକ ନେତା ବୀରେନ୍ଦ୍ର ପ୍ରସାଦ ଦାସ, ରିପ୍ଲବିକ ପାଟି ରାଜ୍ୟ ସଭାପତି ସେକ ଅବଦୁଲ ଅଲ୍ଲୀ, ବିଦ୍ୟାଧର ଦେହୁରୀ, ରାଜ୍ୟ ସଭାନେତ୍ରୀ ପ୍ରମୋଦିନୀ ମଲ୍ଲିକ, ପୂର୍ବତନ ବିଧାୟିକା ପ୍ରଫେସର ସିପ୍ରା ମଲ୍ଲିକ,ପୂର୍ବତନ ପ୍ରଶାସନିକ ଅଧିକାରୀ ରତ୍ନାକର ନାୟକ ଯୁବ ସମାଜସେବୀ କମଳାକାନ୍ତ ମହାପାତ୍ର, ଗୌତମ ଗୋପାଳ ପ୍ରମୁଖ ଯୋଗଦେଇ ବାବା ସାହେବ ଙ୍କ ନୀତି ଆଦର୍ଶରେ ଆଜିର ଯୁବ ପିଢ଼ି ଆନୁପ୍ରାଣିତ ହେବାକୁ ଆହ୍ୱାନ ହେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




