ହିନ୍ଦୁ ଏକତାମଞ୍ଚ ପକ୍ଷରୁ ବଡ଼ବିଲ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ ।


କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ବଡ଼ବିଲ ତହସିଲଦାର୍ ଶ୍ରୀ ଆଲୋକ କୁମାର ପଟେଲ ମୋହଦୟଙ୍କୁ ପ୍ରଦାନ୍ କରାଯାଇଛି, ସୂଚନା ଅନୁଯାୟୀ ଗତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ସୁଦୂର ସମ୍ବଲପୁର ସହରରେ କିଛି ଲୋକଙ୍କ ଦ୍ୱାରା କରଯାଇଥିବା ହିଂସା କାଣ୍ଡ ଯାହାକୁ ନେଇ ସାରା ସମ୍ବଲପୁର ସହରରେ ଉତ୍ତେଜନା ଦେଖାଦେଇଥିଲା ଏବଂ ଜଣେ ଯୁବକଙ୍କୁ ଆକ୍ରମଣ କରି ମାରିଦିଆଯାଇଥିଲା , ତାହାର ପ୍ରତିବାଦ ରେ ବଡ଼ବିଲ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଏକ ପଟୁଆର ରେ ଆସି ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବଡ଼ବିଲ ତହସିଲଦାର୍ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଓ ସେହିଭଳି ଯୋଡା ପୌରପାଳିକା ଅନ୍ତର୍ଗତରେ ଯୋଡା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ପ୍ରଦର୍ଶନ କରିବା ସହ ବିଭିନ୍ନ ସ୍ଲୋଗାନ ମାନ ଦେଉଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲା ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।





