ଗେଲ୍ ଇଣ୍ଡିଆ କାର୍ଯ୍ୟକୁ ନେଇ ବିଲ ମାଳରେ ବିରୋଧ କରି ଧାରଣା ଦେଲେ କ୍ଷତିଗ୍ରସ୍ତପ୍ରଜା
ନ୍ୟାୟ ଦିଅ ନହଲେ ପରିଣାମ ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦେଲେ ପ୍ରଜା
ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇ ଗେଲ୍ ଇଣ୍ଡିଆ ବିରୋଧରେ କ୍ଷତିଗ୍ରସ୍ତ ଗ୍ରାମବାସୀ କାର୍ଯ୍ୟକୁ ବିରୋଧ କରି ଥିବା ଦେଖିବାକୁ ମିଳିଥିଲା । ଗେଲ ଇଣ୍ଡିଆ ଅନୁଗୋଳ ଜିଲ୍ଲାର ବିଭିନ୍ନ ଗ୍ରାମରେ ଗ୍ୟାସ ପାଇପ୍ ଲାଇନ କାର୍ଯ୍ୟ ଚାଲିଛି। ଏହାକୁ ବିରୋଧ କରିବାର ଏକ ଦ୍ରୁଶ୍ୟ ଦେଖିବାକୁ ମିଳିଛି ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଠାରେ । ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ଗେଲ୍ ଇଣ୍ଡିଆ ତାଙ୍କ ଗ୍ରାମରେ ଦବଙ୍ଗଗିରି ଦେଖାଇ କାର୍ଯ୍ୟ ଚଳାଇଛି। ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା ପ୍ରାପ୍ୟ ପାଇ ନଥିବା ବେଳେ ଜୋରଜବରଦସ୍ତି ଗେଲ୍ ଇଣ୍ଡିଆ ପାଇପ୍ ବିଛାଇବା କାମ କରୁଥିବାରୁ ବିରୋଧ କରି କାମ ବନ୍ଦ କରିଥିଲେ। ଖବର ପାଇ ବଅଁରପାଳ ପୋଲିସ ଓ ପ୍ରାୟ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପ୍ରଜା ମାନଙ୍କୁ ବୁଝା ଶୁଝା କରିଥିଲେ। କିଛି ସମୟ ବାଦବିବାଦ ପରେ ଧାରଣାରୁ ଓହୋରି ଯାଇଥିଲେ ପ୍ରଜା । କିନ୍ତୁ ଏହାର କିଛି ସମାଧାନ ର ବାଟ ନବାହାରିଲେ ଆଗାମୀ ଦିନରେ ଏହି ବିରୋଧକୁ ତୀବ୍ରତର ହେବା ସହିତ ଆଇନ୍ ର ଆଶ୍ରୟ ନେବେ ବୋଲି କ୍ଷତିଗ୍ରସ୍ତ ପ୍ରଜା ଚେତାବନୀ ଦେଇଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

