








‘ବନ୍ଦେ ଭାରତ ‘ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ପୁରୀ – ହାୱଡା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ ମୋଡରେ ସବୁଜ ଝଣ୍ଡା ଦେଖାଇ ‘ବନ୍ଦେ ଭାରତ’ ଟ୍ରେନକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ‘ବନ୍ଦେ ଭାରତ’ ଟ୍ରେନର ଲୋକାର୍ପଣ ଉତ୍ସବ ଦେଖିବା ସକାଶେ ରେଳ ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ସ୍ଥିତ ବଡ଼ବିଲ ଷ୍ଟେସନ୍ ପରିସର ବିଶେଷ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ LED ଟିଭି ଲଗାଯାଇ ତାହାରି ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଚମ୍ପୁଆ ନିର୍ବାଚନୀ ମଣ୍ଡଳୀର ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ, ବଡ଼ବିଲ ନଗର ପାଳିକାର ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ, ବିଜେପିର ବରିଷ୍ଠ ନେତା ଶ୍ରୀ ମୁରଲୀ ମନୋହର ଶର୍ମା, ବଡ଼ବିଲ ର ପୂର୍ବତନ ନଗରପାଳ ଦିଲୀପ ମିଶ୍ରଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିଗଣ ଉପସ୍ଥିତ ରହିଥିଲେ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)