(ଦେବସ୍ନାନ ପୂର୍ଣ୍ଣିମାରେ ମା ସାରଳା ଙ୍କ ଦର୍ଶନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ )








ଜଗତସିଂହପୁର
ତା =4/6/23
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ଏଠାରୁ ଫେରିଯାଇଛନ୍ତି। ମନ୍ତ୍ରୀ ସାରଳାପୀଠ ରେ ପହଞ୍ଚିବା ପରେ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ଙ୍କ ସମେତ ମନ୍ଦିରର ପଣ୍ଡା ସେବକ ଓ ସ୍ଥାନୀୟ ଅଧିବାସୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ । ପୂର୍ବରୁ ପୀଠସେବାୟତ ଭାଗିରଥୀ ରାଉଳ ଅଶୋକ ରାଉଳ ଓ କୁମନ୍ ରାଉଳ ଙ୍କ ଦ୍ଵାରା ମାଆଙ୍କୁ ଶହେଆଠ ଗରା ତୀର୍ଥଜଳରେ ସ୍ନାନ କରାଯାଇ ଅଭିନବ ବେଶରେ ସଜ୍ଜିତ କରାଯାଇଥିଲା । ମନ୍ତ୍ରୀ ମାଆଙ୍କ ଦର୍ଶନ ପରେ ବେଢ଼ା ପରିକ୍ରମା କରିଥିଲେ। ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ରଶ୍ମୀ ରଞ୍ଜନ ରାଉଳ , ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବବିଜେଡ଼ି ସଭାପତି ସୁମିତ ଦାସ , ବରିଷ୍ଠ ସେବାୟତ ରମେଶ ଚନ୍ଦ୍ର ରାଉଳ, ପୂର୍ବତନ ସରପଂଚ ବିଜୟ ନାୟକ , ଓ ଜନକଲ୍ୟାଣ ସେବା ସମବାୟ ସମିତର ସମ୍ପାଦକ ପରମାନନ୍ଦ ଦାସ ପ୍ରମୁଖ, ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟାଣ ସୋସାଇଟି ର ଜରାଜୀର୍ଣ୍ଣ ଓ ବିପଦ ସଙ୍କୁଳ ଗୃହର ପୂର୍ନନିର୍ମାଣ ନିମନ୍ତେ ମନ୍ତ୍ରୀ ଙ୍କୁ ନିବେଦନ କରିଥିଲେ। ରାଜ୍ୟ ସମବାୟ ବିଭାଗ ତରଫରୁ ଖୁବଶୀଘ୍ର ନୂତନଗୃହ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ମହୋଦୟ ଦୃଢ଼ ପ୍ରତିଶ୍ରୁତି ଦେବାପରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ






