
ଅବୈଧ ପାର୍କିଂ ଯୋଗୁ ଯାଉଛି ଜୀବନ ଆଞ୍ଚଳିକ ପ୍ରଶାସନ ଅଧିକାରୀ ସାଜିଛନ୍ତି ମୂକସାକ୍ଷୀ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗାଡି ଘୋଡା ଚଳାଚଳ କରିଥାଏ କିନ୍ତୁ ଅଞ୍ଚଳ ବାସିନ୍ଦା ମାନଙ୍କ ସମସ୍ତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ଜିଲ୍ଲାରେ ଜିଲ୍ଲା ପ୍ରଶାସନ କମ୍ପାନୀ ମାନଙ୍କ ସ୍ୱାର୍ଥରେ ନିଜର ମନମୁଖୀ କାର୍ଯ୍ୟ ଚାଲାଇଛି,ଯାହାଫଳରେ ଅଞ୍ଚଳ ବାସିନ୍ଦା ମାନେ ମୃତ୍ୟୁ ମୁଖରେ ପଡିଛନ୍ତି। ନବୀନ ସରକାର ଲୋକଙ୍କ ହିତ ପାଇଁ ବିଭିନ୍ନ ଲୋକ ହିତକର ଯୋଜନା କରୁଥିବା ବେଳେ କିଛି ସ୍ୱର୍ଥବାଦି ଅଧିକାରୀଙ୍କ ପାଇଁ ନବୀନ ସରକାରଙ୍କ ଯୋଜନା ବିଫଳ ହେବା ସହ ବଦନାମ ହେବାରେ ଲାଗିଛି ନବୀନ ସରକାର, କିଛି ଲାଞ୍ଚଖୋର୍ ଅଧିକାରୀଙ୍କ ପାଇଁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ରର ଯୋଡା ଖଣି ମଣ୍ଡଳ ସଦା ସର୍ବଦା ଚର୍ଚ୍ଚାରେ, ଏବଂ ବିଭିନ୍ନ ସମୟରେ ଏହି ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରେ ଦୁର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେଉଥିବାର ବହୁବାର ନଜର ରହିଛି, ସେହିଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାଶାହି ଠାରେ, ଅବୈଧ ରାସ୍ତା କଡରେ ପାର୍କିଂ ଯୋଗୁ ଚାଳିଗଲା ଆଉଗୋଟେ ଜୀବନ। ଯାହାକି ଆଞ୍ଚଳିକ ପ୍ରଶାସନ ର ଅଣଦେଖାରୁ ଅଥବା ଅବହେଳାରୁ ଚାଲିଗଲା ଜଣକ ଜୀବନ , ଦିନ ଦ୍ୱିପ୍ରହର ରେ ରାଜ ରାସ୍ତା କଡରେ ଅବୈଧ ପାର୍କିଂ ଓ ଆଞ୍ଚଳିକ ପ୍ରଶାସନ ସହାୟତାରେ ଚାଲିଗଲା ଏକ ଅମୂଲ୍ୟ ଜୀବନ, କିନ୍ତୁ ଅଭିଯୋଗ ହୁଏ ଆଞ୍ଚଳିକ ପ୍ରଶାସନ ସାଜିଛି ଘରୋଇ କମ୍ପାନୀ, ମାନଙ୍କ ହାତବାରିଷ , ଜାହାଫଳରେ ରାଜରାସ୍ତା ସାଜିଛି ଅବୈଧ ପାର୍କିଂ ସ୍ଥଳ , ଯଦି ଆଞ୍ଚଳିକ ବିଭାଗୀୟ ଅଧିକାରି ବଦବଡିଆ କମ୍ପାନୀ ଅଧିକାରୀଙ୍କ ହାତବାରିସ ହୋଇ ଅଞ୍ଚଳ ବାସିନ୍ଦା ମାନଙ୍କ ଉପରେ ପ୍ରଶାସନ ଦାଉ ସାଧିବ ନିରୀହଜନସାଧାରଣଙ୍କ ଦୁର୍ଦ୍ଦଶା ଭୋଗିବା ସୁନିଶ୍ଚିତ, ତାହାହିଁ ଅନେକ ସମୟରେ ପ୍ରତିଫଳିତ ହୁଏ।କୌଣସି ଗଣମାଧ୍ୟମ ପ୍ରତିନିଧି ଯଦି ଏଥିରେ ହସ୍ତକ୍ଷେପ କଲେ ସେମାନେ ଆଞ୍ଚଳିକ ପ୍ରଶାସନ ର ଆକ୍ରୋଶ ର ଶିକାର ହେବା ଏକ ପ୍ରକାର ଧାର୍ଯ୍ୟ, କିନ୍ତୁ ଯଦି ଆଞ୍ଚଳିକ ପ୍ରଶାସନ ଅଧିକାରୀ କମ୍ପାନୀ ପ୍ରୀତି ଛାଡି ସ୍ୱତ ପ୍ରବୃତ୍ତ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରନ୍ତେ ତେବେ ଅଞ୍ଚଳ ବାସିନ୍ଦା ମାନେ ଆଶ୍ୱସ୍ତି ଲାଭ କରନ୍ତେ ଇଥିରେ କୌଣସି ଦ୍ଵିମତ ରହିବନି। କିନ୍ତୁ ଆଞ୍ଚଳିକ ପ୍ରଶାସନ ର କମ୍ପାନୀ ପ୍ରୀତି କେବେ ଛାଡ଼ିବ ନା ଅଞ୍ଚଳ ବାସିନ୍ଦା ମାନେ ଏହିପରି ଦୈନଦିନ ଦୁର୍ଦ୍ଦଶା ଭୋଗ କରୁଥିବେ ତାହା ଆଗାମୀ ଦିନରେ ଦେଖିବକୁ ବାକି ରହିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





