Spread the love

ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ,ର୍ଜନା ୩୯ ଗୋଟି ଉଚ୍ଚ ବିଦ୍ୟାଳୟର ୧୩୯ ଜଣ ଛାତ୍ର ଛାତ୍ରୀ ସମ,ତ ହେଲେ ।


ଅନୁଗୋଳ : ତା.୦୬.୦୬: ଆଜି ଅପରାହ୍ନରେ ସ୍ଥାନୀୟ ସଭାଘରଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଅତିଥିମାନେ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପରେ ପରେ ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଟପତି ଶ୍ରୀ ରଜନୀକାନ୍ତ ସିଂହ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜ ଜିଲ୍ଲା ଏବଂ ରାଜ୍ୟର ଗୌରବ ଆଣିବା ସହ ପରବର୍ଷ ପିଢି ପାଇଁ ଉଦାହରଣ ହେବାକୁ ପରାମର୍ଶ ଦେଇ ଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟଗୁଡିକର ଉନ୍ନତିକରଣ କରିବା ଉପରେ ସେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ ଏହି ବୈଠକରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ପରିଶ୍ରମ କରିବା ସହ ନିଜ ଭବିଷ୍ୟତ ନିମନ୍ତେ ସ୍ବପ୍ନ ଦେଖ‌ିବାକୁ ପରାମର୍ଶ ଦେଇଥିଲେ। ସ୍ବପ୍ନକୁ ସାକାର କରିବା ପାଇଁ ନିଜର ଲକ୍ଷ୍ୟକୁ ପ୍ରଥମେ ସ୍ଥିର କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ସମ୍ମାନୀତ ଅତିଥୁ ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ତୃଣମୂଳ ସ୍ତରରୁ ଶିକ୍ଷାର ଭିତ୍ତଭୂମିକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ନିଜର ଆତ୍ମ ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟକ୍ରମର ମାର୍ଗଦର୍ଶିକା ହିସାବରେ ଏହାକୁ ଗ୍ରହଣ କରିବାକୁ ହେବ ଏବଂ ଆଜିର କାମ ଆଜି କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ଦେଶ ପାଇଁ କାର୍ଯ୍ୟ କରି ଗୌରବ ଆଣିବା ସହ ପରବର୍ଷ ପିଢି ପାଇଁ ପ୍ରେରଣାର ଉତ୍ସ ହୋଇ ଉଦାହରଣ ସୃଷ୍ଟି କରିବାକୁ ସେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଉଥିଲେ । ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏହି ଉତ୍ସବରେ ଯୋଗ ଦେଇ $1 ରେ ସରକାରୀ ବିଦ୍ୟାଳୟ ଗୁଡିକର ରୂପରେଖ ପରିବର୍ତ୍ତନ ହୋଇଛି ଏବଂ ରୂପାନ୍ତର ହୋଇଥ‌ିବା ବିଦ୍ୟାଳୟର ଏହି ଛାତ୍ରଛାତ୍ରୀ ମାନେ ପ୍ରଥମ ବ୍ୟାଚ୍ ବୋଲି ପ୍ରକାଶ କରିଥିଲେ। ଆଗାମୀ ବର୍ଷ ମାନଙ୍କରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ a। ଗ୍ରେଡ୍ ରେ ଉତ୍ତୀର୍ଥ ହୋଇପାରିବେ ସେଥୁ ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ତଥା ଅଭିଭାବକ ମାନଙ୍କୁ ପରମର୍ଶ ଦେଇଥିଲେ । ସେହିପରି କୌଣସି ପିଲା ଯେପରି ପରିକ୍ଷାରେ ଅସଫଳ ନହୁଅନ୍ତି ସେଥୁପ୍ରତି ମଧ୍ୟ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଅନୁଗୋଳ ଜିଲ୍ଲାରୁ ମାଟ୍ରିକ ପରୀକ୍ଷାରେ ।। ଗ୍ରେଡ୍ ରେ ଉତ୍ତୀର୍ଷ ହୋଇଥିବା ୩୯ଟି ଉଚ୍ଚ ବିଦ୍ୟାଳୟର ୧୩୯ ଜଣ ଛାତ୍ରଛାତ୍ରୀ ଙ୍କୁ ( ୨ ଜଣ ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କ ସମେତ ୧୧୩ ଜଣ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ,୨୬ ଜଣ ଓଡିଶା ଆଦର୍ଶ ବିଦ୍ୟାଳୟ) ଜିଲ୍ଲା ପ୍ରଶାସନ ଓ ଆମ ପ୍ରତିଭା ଆମ ସ୍ବାଭିମାନ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥୁଲା । ସେହିପରି ରାଜ୍ୟରେ ସର୍ବାଧିକ ନମ୍ବର ରଖୁ ଉତ୍ତୀର୍ଷ ହୋଇଥିବା ଅନୁଗୋଳ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନର ଛାତ୍ରୀ ସ୍ବାତୀ ସାଗରିକା ଆଚାର୍ଯ୍ୟଙ୍କୁ ଅତିଥ୍‌ ମାନେ ସମ୍ବର୍କିତ କରିଥିଲେ। ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନଙ୍କୁ ମଧ୍ୟ ଏହି ଅବସରରେ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କଠିନ ପରିଶ୍ରମର ବିକଳ୍ପ ନାହିଁ ଏବଂ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଜ୍ଞାସା ରହିବା ସହ ଅଧ୍ୟବସାୟ ଜାରି ରହିବା ଆବଶ୍ୟକ ବୋଲି ଉପଦେଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଅମ୍ବୁଳ କୁମାର ଗଡନାୟକ ଅତିଥ୍ୟ ପରିଚୟପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ,ରାଜ୍ୟ ସରକାରଙ୍କ ଜଳ ଯୋଗାଣର ଉପଦେଷ୍ଟା ଶ୍ରୀ ଦିନେଶ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକଙ୍କ ସମେତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଓ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟମାନଙ୍କର ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅଜୟ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *