ପ୍ରତିଶ୍ରୁତି ପୁରଣ କଲେ 5t ସଚିବ
ଅନୁଗୋଳ ତା. ୨୦.୦୭ : ଓଡିଶା ସରକାରଙ୍କର 5t ସଚିବ ଶ୍ରୀ ଭି କେ ପାଣ୍ଡିଆନଙ୍କ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ନିକଟସ୍ଥ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ସମ୍ମୁଖରେ ଥିବା ବାସ୍କେଟବଲ କୋର୍ଟରେ ଛାତ୍ରମାନଙ୍କ ସହିତ ଖୁସିରେ ବାସ୍କେଟ ବଲ ଖେଳିବା ସହ ଉକ୍ତ ଖେଳ ସମ,ନ୍ଧୀୟ ବିଭିନ୍ନ ଉପଦେଶମାନ ଦେଇଥିଲେ । ଭବିଷ୍ୟତରେ ଭଲ ପାଠ ସହିତ ଖେଳ,ନାଚକୁଦ,ସଙ୍ଗୀତ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ପାରଙ୍ଗମ ହାସଲ କରିବା ପାଇଁ ସେ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ଏଥି ସହ ବିଦ୍ୟାଳୟରେ ଥିବା ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ ଏବଂ ଇଣ୍ଟରାକ୍ସନ ହଲ ବୁଲି ଦେଖୁଥିଲେ ଏବଂ ବାସ୍କେଟବଲ ଟିମ୍ରେ ଥିବା ସମସ୍ତ ଛାତ୍ରମାନଂକୁ ଜୋତା ଓ ବଲ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଖଲାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନଂକୁ ଡକାଇ ା ସଚିବ ପଠାଇଥିବା ଉପହାର ତାଙ୍କ ପ୍ରକୋଷ୍ଠରେ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍, ଡେପୁଟୀ କଲେକ୍ଟର ଇଷାନୀ ପଣ୍ଡା, ସରକାରୀ ଉଚ୍ଚ ବିଦ୍ୟାଳୟ, ଖଲାରୀର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ଦାଶ, ଶିକ୍ଷକ ଶ୍ରୀ ସଞ୍ଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।



