ଟାଟା ଷ୍ଟିଲ୍ ପକ୍ଷରୁ ଭାରତ ରତ୍ନ ଜେଆର୍ଡି ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳିତ
July 29, 2023
କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ଟାଟା ଷ୍ଟିଲ୍ ପକ୍ଷରୁ ଜେଆର୍ଡି ଟାଟା ଭାବେ ପରିଚିତ ଭାରତ ରତ୍ନ ଜେହାଙ୍ଗୀର ରତନଜୀ ଦାଦାଭୋୟ ଟାଟାଙ୍କ ୧୧୯ତମ ଜୟନ୍ତୀ ପାଳନ କରାଯାଇଛି ।
ଶନିବାର ଜେସିଓଠାରେ କଂପାନିର ବରିଷ୍ଠ ଅଧିକାରୀ, କର୍ମଚାରୀ ଏବଂ ୟୁନିୟନ୍ ପ୍ରତିନିଧିଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍ ଯୋଡ଼ାର ମୁଖ୍ୟ ରାଜେଶ କୁମାର ଏହି କିଦମ୍ବନ୍ତୀ ବ୍ୟକ୍ତିତ୍ୱ ତଥା ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ଜନକଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଜୟନ୍ତୀ ପାଳନର ଶୁଭାରମ୍ଭ କରିଥିଲେ । ସେହିପରି ଯୋଡ଼ା ଇଷ୍ଟ୍ ଖଣି, ଖଣ୍ଡବନ୍ଧ ଖଣି, ମାଙ୍ଗାନିଜ୍ ଗ୍ରୁପ୍ ଅଫ୍ ମାଇନ୍ସ, ବିଛାକୁଣ୍ଡି ଓ ଯୋଡ଼ା ଫେରୋ ଆଲଏଜ୍ କାରଖାନାରେ ମଧ୍ୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଟାଟା ଡିଏଭି ପବ୍ଲିକ୍ ସ୍କୁଲରେ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଦିବସକୁ ପାଳନ କରିବା ଲାଗି କଂପାନିର ଅନ୍ୟ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଚାରା ବଂଟନ, କୁଇଜ୍ ପ୍ରତିଯୋଗିତା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।




