( ଶିକ୍ଷା ବିଭାଗର ବିଚିତ୍ର ନୀତି….| ଜଣେ କିରାଣୀ, ଜଣେ ପିଅନ, ଜଣେ କ୍ରୀଡା ଶିକ୍ଷକ ରେ ଚାଲିଛି 5ଟି ବିଦ୍ୟାଳୟ ରେ ପାଠ ପଢା )
ଜଗତସିଂହପୁର
ତା =28/7/23
ରାଜ୍ୟ ସରକାର ଶିକ୍ଷାର ମାନ ବୃଦ୍ଧି ନିମନ୍ତେ 5ଟି ଅନ୍ତର୍ଭୁକ୍ତ ରୂପାନ୍ତରିତ କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜ଼ିଲ୍ଲା ରେ ଅଧିକାଂଶ ଉଚ୍ଚ ବିଦ୍ୟାଳୟ ର ନବକଳେବର ବୃଦ୍ଧି କରିଛନ୍ତି | ଏହି 5ଟି ବିଦ୍ୟାଳୟ ରେ ସ୍ମାର୍ଟ କ୍ଲାସ ରୁମ | ଇ- ଲାଇବ୍ରେରୀ | ଲବ୍ରୋଟେରୀ | କମ୍ପୁଟର ଆଦି ଅତ୍ୟାଧୁନିକ ସାମଗ୍ରୀ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ପାଠ୍ୟ ଉପକରଣ ଯୋଗାଉଥିବା ବେଳେ ବିଦ୍ୟାଳୟ ରେ ପାଠ ପଢାଇବାକୁ ଆବଶ୍ୟକୀୟ ଶିକ୍ଷକ କିମ୍ବା କର୍ମଚାରୀ ନଥିବାରୁ ଶିକ୍ଷାଦାନ ସମ୍ପୂର୍ଣ ଭୁସୁଡ଼ି ଯିବାକୁ ବସିଲାଣି | ଏହା ର ନଗ୍ନ ନମୁନା ଦେଖିବାକୁ ମିଳିଛି ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ଓଡିଶୋ ପଞ୍ଚାୟତ କୁତ୍ତାମଚଣ୍ଡୀ ଉଚ୍ଚ ବିଦ୍ୟାଳୟ ରେ | ଏହି ବିଦ୍ୟାଳୟ ରେ ଜଣେ କ୍ରୀଡା ଶିକ୍ଷକ ଏବେ ପ୍ରଧାନ ଶିକ୍ଷକ ଦାଇତ୍ୱ ତୁଲାଉ ଥିବା ବେଳେ ଜଣେ କିରାଣୀ, ଜଣେ ପିଅନ ରେ ବିଦ୍ୟାଳୟ ରେ ପାଠ ପଢା ଚାଲିଛି | ୩ ଜଣ ଅବସର ଶିକ୍ଷକ ସାମୟିକ ଭାବେ ପାଠ ପଢ଼ାଉଛନ୍ତି | ରାଜ୍ୟ ଗଣ ଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ନିୟମିତ ଶିକ୍ଷକ ନିଯୁକ୍ତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




