ଚଳନ୍ତା ହାଇୱା ଗାଡିରେ ଲାଗିଲା ନିଆଁ, ହୁ ହୁ ହୋଇ ଜଳିଗଲା ଗାଡି।

କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ରେ ଚଳନ୍ତା ଗାଡିରେ ଲାଗିଲା ନିଆଁ ହୁ ହୁ ହୋଇ ଜଳିଗଲା ଗାଡି। ସୂଚନା ଅନୁଯାୟୀ ରୁଗୁଢ଼ି ପଟୁ ଏକ ହାଇୱା ଗାଡି ଭଦ୍ରାସାହି ଅଭିମୁଖେ ଯାଉଥିବା ସମୟରେ ଟଣ୍ଟ ଗ୍ରାମ ନିକଟସ୍ତ BRPL କମ୍ପାନୀ ସମ୍ମୁଖରେ ଗଡ଼ିଟିରେ କୌଣସି କାରଣରୁ ଧୂଆଁ ବାହାରିବାରୁ ଚାଳକ ଜଣକ ଗାଡିଟିକୁ ରାସ୍ତା କଡକୁ ରଖି ଗାଡିରୁ ଓହ୍ଲାହି ଯାଇଥିଲେ, ଦେଖୁ ଦେଖୁ ଗାଡିଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା, ରାସ୍ତାରେ ନିୟୋଜିତ ସୁରକ୍ଷା କର୍ମୀ ଅଗ୍ନିଶମ ବିଭାଗ ଓ ବଡବିଲ ପୋଲିସ୍ କୁ ଖବର ଦେଇଥିଲେ, ଖବର ପାଇ ବଡବିଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅଧଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଜଳନ୍ତା ଗାଡ଼ିର ନିଆଁ କୁ ଆୟତ କରିଥିଲେ, ସେତେବେଳକୁ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା। ସର୍ଟ ସର୍କିଟ ଯୋଗୁ ଗାଡିରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି, ଜଳନ୍ତା ଗାଡିକୁ ଦେଖିବାକୁ ଘଟଣା ସ୍ଥଳରେ ଲୋକେ ଭିଡ ଜମାଇଥିଲେ ଓ ଘଟଣାଟି ଜାତୀୟ ରାଜପଥ ରେ ହୋଇଥିବାରୁ ଗାଡିଘୋଡା ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଥିଲା ।ଘଟଣା ସ୍ଥଳରେ ବଡବିଲ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଓ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।






