ବିୟୁଟିସିଆନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଭୁବନେଶ୍ୱର – ଏକତା ଟ୍ରଷ୍ଟ, ହେଡ ଟ୍ରେନର ଓ ବିଜେପି ପ୍ରଶିକ୍ଷଣ ସେଲର ମିଳିତ ସହଯୋଗରେ ଘରେ ବସି ଥିବା ମହିଳା, ଯୁବତୀଙ୍କ ଆର୍ଥିକ ଅଭିଭୂଦ୍ଧି କରିବା ଲାଗି ସେମାନଙ୍କୁ ବିୟୁଟି ପାର୍ଲର ସ୍ଥାପନ କରିବା, ପ୍ରଶିକ୍ଷଣ ଆରୋହଣ କରି ଚାକିରୀ କରିବାର ସୁଯୋଗ ପ୍ରଦାନ କରା ଯାଇ ଅଛି l ଏହି କାର୍ଯ୍ୟକ୍ରମରେ ପଚାଶରୁ ଅଧିକ ମହିଳା ତାଲିମ ପାଇ, ଆତ୍ମ ନିର୍ଭର ଓ ସ୍ୱାବଲମ୍ବୀ ହେବାର ସୁଯୋଗ ଲାଭ କରିଛନ୍ତି ବୋଲି ପ୍ରଶିକ୍ଷଣ ସେଲର ଅଧ୍ୟକ୍ଷ ଶ୍ରୀ ରବି ମହାରଣା ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଏକତା ଟ୍ରଷ୍ଟ ତରଫରୁ ଅଧ୍ୟକ୍ଷା ଦିପ୍ତୀରେଖା ପଟ୍ଟନାୟକ, ପ୍ରଶିକ୍ଷଣ ପ୍ରଦାନ କରୁଥିବା ସଂସ୍ଥାର ନିର୍ଦେଶକା ଝୁଣ୍ଟି ହୋତା, ବିଜେପି ପ୍ରଶିକ୍ଷଣ ସେଲର ସଦ୍ୟସମନେ ଉପସ୍ଥିତ ଥିଲେ l
ଭୁବନେଶ୍ବରରୁ ପ୍ରଭାକର ବିଶ୍ବାଳ ଙ୍କ ରିପୋର୍ଟ ଜାଗ୍ରତ ଭାରତ news




