ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମଲାଭଟ୍ଟା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ନୂତନ କର୍ମକର୍ତ୍ତା ଏବଂ ସାଧାରଣ ସଭାର ଆୟାଜନ ହେଇଥିଲା। ସୂଚନା ଥାଉକି ଏହି ସଙ୍ଘ ଓଡ଼ିଶା ଡ୍ରାଇଭର ମହାସଂଘ ସହିତ ଅନୁବନ୍ଧିତ। ଡ୍ରାଇଭର ବିନା ପରିବହନର କଳ୍ପନା କରିହୁଏ ନାହିଁ, ପ୍ରଦେଶ ଏବଂ ଦେଶର ପ୍ରଗତିରେ ଡ୍ରାଇଭର ଭାଇ ମାନଙ୍କର ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଏହି ସଭାରେ ପ୍ରାୟ ଦେଢ଼ ସହ ଡ୍ରାଇଭର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୁନିଗୁଡା ବ୍ଲକ ସଭାପତି ଶଙ୍କର ଗୁଡୁମ୍ବାକା ଯୋଗ ଦେଇଥିଲେ । ନୂତନ ସଭାପତି ଭାବେ ଯୁଧେଷ୍ଟି ନାୟକ, ଉପ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସୋମନାଥ ଦଣ୍ଡସେନା ଙ୍କୁ ଚୟନ କାରାଯାଇଥିଲା । ସମସ୍ତ କର୍ମକର୍ତ୍ତା ସଙ୍ଘର ସମସ୍ତ ନିୟମ ମାନି ଯେତେବେଳେ ସଙ୍ଘର ଆବଶ୍ୟକତା ପଡ଼ିବ ତନ, ମନ ଏବଂ ଧନ ଦେଇ ଆମର କର୍ତ୍ତବ୍ୟ ପ୍ରତିପାଦନ କରିବୁ ବୋଲି ପ୍ରକାଶ କରିଥିଲେ । ରାୟଗଡ଼ାରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ ।


June 27, 2026/
No Comments



