ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ବୃଦ୍ଧ ଙ୍କ ମୃତ୍ୟୁ, କ୍ଷତି ପୂରଣ ପାଇଁ ରାସ୍ତା ଅବରୋଧ ।
ବିଦ୍ୟୁତ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଚାଲିଗଲା ମୂଲ୍ୟବାନ ଜୀବନ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ମହିଷାଲଣ୍ଡା ପଂଚାୟତ ର ବନ୍ତ ଗ୍ରାମରେ l ଏହି ଗ୍ରାମ ର ପରମାନନ୍ଦ ପ୍ରଧାନ ବିଲ କାମ ସାରି ନିଜକୁ ଘର କୁ ଫେରୁଥିବା ସମୟ ରେ ବିଲ ହୁଡ଼ା ରେ ଥିବା ତାର ଖୁଣ୍ଟି ରୁ ଏକ ଫେଜ଼ ଲାଇନ ତଳେ ପଡିଥିଲା l ସେହି ବାଟ ଦେଇ ବୃଦ୍ଧ ଜଣକ ଯିବା ସମୟରେ ତାର ଟି ତାଙ୍କ ଦେହରେ ରେ ଲାଗିଯିବାରୁ ଘଟଣା ସ୍ଥଳରେ ଚେତା ହରାଇ ପଡି ରହିଥିଲେ l ଘଟଣା ସ୍ଥଳରେ ଗ୍ରାମ ର ଏକ ବ୍ୟକ୍ତି ଫାଉଡା ବେଣ୍ଟ ରେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ ନେଇଯାଇଥିଲା l ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ଗ୍ରାମବାସୀ ଓ ପରିବାର ଲୋକ ମାନେ କ୍ଷତି ପୂରଣ ପାଇଁ ଚୌଦ୍ୱାର ଗାନ୍ଧୀଛକ ରୁ କଟକ ରାସ୍ତା ଅବରୋଧ କରିବା ସହିତ ଚୌଦ୍ୱାର ବିଦ୍ୟୁତ ବିଭାଗ ଅଫିସ ଘେରାଉ କରିଥିଲେ l ଘଟଣା ସ୍ଥଳରେ ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆଲୋଚନା ହେବା ସହିତ ପଚାଶ ହଜାର ଟଙ୍କା ଶବ ସତ୍କାର ପାଇଁ ଏବଂ ତିନି ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା l କ୍ଷତି ପୂରଣ ରାଶି ପାଇବା ପରେ ଗ୍ରାମବାସୀ ମାନେ ଶବ କୁ ସତ୍କାର ପାଇଁ ଗ୍ରାମ କୁ ନେଇଥିଲେ l ବାରମ୍ବାର ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁ ହେବା ଘଟଣା ଉପରେ ଚୌଦ୍ୱାର ବାସୀ ଟାଟା ପାୱାର ବିରୋଧ ରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍ ।







