ବିଜେପି ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।
କଟକ ଜିଲ୍ଲା ବିଜେପି ସଂଗଠନ ତରଫରୁ ଜଗତପୁର ସ୍ଥିତ କେନାଲ ରୋଡ଼ ଥିବା କାର୍ଯ୍ୟାଳୟ ରେ 2024 ନିର୍ବାଚନ କୁ ଦୃଷ୍ଟିରେ ରଖି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା ଙ୍କ ଅଧକ୍ଷତା ରେ ଆୟୋଜିତ ବୈଠକ ରେ କଟକ ଜିଲ୍ଲା ସମସ୍ତ ପଦାଧିକାରୀ ମାନେ ଯୋଗଦେଇଥିଲେ | ତୃଣମୂଳ ସ୍ତର ରୁ ବୁଥ କମିଟ ଗଠନ ସହିତ କର୍ମୀ ମାନଙ୍କ ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ର ସୁଫଳ ସଚେତନ କରିବାକୁ ମତପ୍ରକାଶ କରିଥିଲେ | କଟକ ଜିଲ୍ଲା ରେ ବିଜେପି ର ସ୍ଥିତ କୁ ପରିବର୍ତନ ଆଣିବା ପାଇଁ କେନ୍ଦ୍ରସରକାର ତଥା ଅମିତ ସାହାଙ୍କ ବାର୍ତ୍ତା କୁ ତଥା ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ର ବିକାଶ ର ବାର୍ତ୍ତା ଲୋକଲୋଚନ କୁ ଆଣିବା ପାଇଁ ବହୁ ପଦାଧିକାରୀ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ ସାଲେପୁର ଅଂଚଳର ବହୁ ବିଜେଡି କର୍ମୀ ବିଜେପି ରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ରାଜ୍ୟ ବିଜେପି ଉପସଭାପତି ଗୋଲଖ ମହାପାତ୍ର,ଦିଲ୍ଲୀପ ମଲ୍ଲିକ, ବ୍ରଜେନ୍ଦ୍ର ରାୟ,ନୟନକିଶୋର ମହାନ୍ତି, ବରିଷ୍ଠ ବିଜେପି ନେତା ଜୟନ୍ତ ସ୍ୱାଇଁ, ହୃଷିକେଶ ଜେନା, ସୁଶାନ୍ତ ମଲ୍ଲିକ, ତୁଷାରକାନ୍ତି ଚକ୍ରବର୍ତ୍ତୀ, ରାମନାରାୟ ମହାନ୍ତି, ମୃତ୍ୟୁଞ୍ଜନ ଜେନା ଙ୍କ ସହ ପଚାଶ ରୁ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ |
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁକ୍
।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
