ସମସ୍ତ ପ୍ରକାର ସାହାଯ୍ୟରୁ ବଞ୍ଚିତ ଦିବ୍ୟାଙ୍ଗ ମହିଳା, ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ବଡବିଲ ଥାନା ଅନ୍ତର୍ଗତ ଡର୍ବିଛକ ନିକଟରେ ଜଣେ ମହିଳା ନିଜର ବାମଗୋଡ ହରାଇ ଅସହାୟ ଅବସ୍ଥାରେ ଦିବ୍ୟାଙ୍ଗ ହୋଇପଡ଼ିଥିବା ବେଳେ କୌଣସି ପ୍ରକାରର ସାହାଯ୍ୟ ଓ ସହାୟତା ନପାଇ ନିରୁତ୍ସାହ ହୋଇପାରିଛନ୍ତି। ସୂଚନା ଅନୁଯାୟୀ ବଡବିଲ ଥାନା ଅନ୍ତର୍ଗତ ଡର୍ବିଛକ ଠାରୁ କେଇ ମିଟର ଦୂରରେ ସୂର୍ଯ୍ୟମଣି ଗୋପ ନାମକ ଜଣେ ମହିଳା କିଛି ବର୍ଷ ପୂର୍ବେ କାର୍ଯ୍ୟ କରୁଥିବା ସମୟରେ ରେଳ ଲାଇନ୍ ରେ ପଡିଯାଇ ନିଜର ବାମ ଗୋଡ ହରାଇଛନ୍ତି, ତାଙ୍କର ସ୍ବାମୀ ରାମ ଚନ୍ଦ୍ର ଗୋପ ଏ ଦୁନିଆରେ ନଥିବା ବେଳେ ତାଙ୍କର ଏକ ମାତ୍ର ପୁଅ ତାଙ୍କର ସାହା ହୋଇଛି, ପୁଅ ଜନଙ୍କ ଦିନ ମଜୁରିଆ ଭାବେ କାର୍ଯ୍ୟ କରି କୌଣସିମତେ ନିଜର ଓ ନିଜ ମାଆର ପେଟ ପୋଷୁଛନ୍ତି, ଅତି ଦିନହୀନ ଅବସ୍ଥାରେ ଏକ ଚାଳିଆ ଘରେ ମାଆ ଆଉ ପୁଅ ରହୁଥିବା ବେଳେ ଉକ୍ତ ଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ପ୍ରବେଶ କରୁଥିବା ମନେହୁଏ, ଘରର କାନ୍ଥ ରୂପେ ଜଙ୍ଗଲର କିଛି କାଠ ଦିଆଯାଇଥିବା ବେଳେ ଅନ୍ୟପଟେ ଖଣ୍ଡିଏ ପ୍ଲାଷ୍ଟିକ ଜରି ଝୁଲୁଥିବା ଦେଖିବାକୁ ମିଳିଛି, ତାଙ୍କର ଅଭିଯୋଗ ଅନୁଯାୟୀ କେନ୍ଦୁଝର ଜିଲ୍ଲାର ସଦର ମହକୁମା କୁ ଯାଇ ସହାୟତା ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାହାର କୌଣସି ପ୍ରକାରର ସୁଫଳ ମିଳିନାହିଁ, ଅତି ଦରିଦ୍ରତା ମଧ୍ୟରେ ଡହଳ ବିକଳ ହୋଇ ଦୀନ କାଟିବାକୁ ଏକ ପ୍ରକାର ବାଧ୍ୟ ହୋଇଛନ୍ତି ଡିବ୍ୟାଙ୍ଗ ମାଆ ଓ ତାଙ୍କ ଦୀନ ମଜୁରିଆ ପୁଅ, ଖଣ୍ଡିଏ ରେସନ୍ କାର୍ଡ ପାଇଁ ମଧ୍ଯ ଏ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ହୋଇନାହାନ୍ତି, ସବୁ ପ୍ରକାରର ସହାୟତା ରୁ ବଞ୍ଚିତ ସୂର୍ଯ୍ୟମଣି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରୀ କରିଛନ୍ତି, ଦେଖାଯାଉ ଖବର ପ୍ରସାରଣ ପରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ କିପରି ସହାୟତା ଯୋଗାଇ ଦିଆଯାଉଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।




