ଟ୍ରକ୍ ଧକ୍କା ରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ |
ଝୁମ୍ପୁରା ୧୧।୮:କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ପଳାସପଙ୍ଗା ସ୍ପଞ୍ଜ ଛକ ନିକଟରେ ଅପରାହ୍ଣରେ (ଓଡି-ଜିର-୦୪-ଏନ-୪୩୩୧)ନମ୍ବର ବିଶିଷ୍ଟ ୧୪ ଚକିଆ ଟ୍ରକ୍ ଧକ୍କାରେ (ଓଡି-୦୯-ଜି-୪୬୫୫) ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ପରିଚୟ ମିଳିପାରିନାହିଁ।ପଳାସପଙ୍ଗା ଫାଣ୍ତି ଅଧିକାରୀ ମହେନ୍ଦ୍ରନାଥ ସାହୁ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି।ଶବ ଜବତ ପରେ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ସୂଚନାଅନୁସାରେ,ସଦର ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ବଳଭଦ୍ର ବେହେରା ଙ୍କ ବାଇକ୍ ଟି ରଖି ମୃତ ଯୁବକ ଜଣଙ୍କ ଚଳାଉଥିଲେ ବଲି ସୂଚନା ମିଲିଛି |
କେନ୍ଦୁଝର ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
