ଦୁଇପଞ୍ଚାୟତ କୁ ରାସ୍ତାସଂଯୋଗ କରିବା ନିମନ୍ତେ ଗ୍ରାମସଭା ଦୁଇପଞ୍ଚାୟତ ଲୋକଙ୍କ ପୂର୍ଣ୍ଣ ସମର୍ଥନ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଦେଓଝର ଓ କାରାଖେଣ୍ଡ୍ରା ଗ୍ରାମପଞ୍ଚାୟତ ଅଧିନସ୍ଥ ଠାକୁରାଣୀ ରୁ କାରାଖେଣ୍ଡ୍ରା ଗ୍ରାମ କୁ 3କି. ମି 250 ମିଟର ରାସ୍ତା ଜିଲ୍ଲା ଖଣିଜ ପାଣ୍ଠି ତରଫରୁ ନିର୍ମାଣ ହେବାକୁ ଯାଉଥିବାବେଳେ ଏଥିପାଇଁ ଏକ ଗ୍ରାମ ସଭା ଦେଓଝର ପଞ୍ଚାୟତ ଅଧିନସ୍ଥ ଠାକୁରାଣୀ ଗ୍ରାମ ରେ ଆୟୋଜିତ ହୋଇଯାଇଛି, ଏବଂ ଏହି ଗ୍ରାମସଭାକୁ ଗ୍ରାମବାସୀ ଙ୍କ ଶତପ୍ରତିଶତ ସମର୍ଥନ ଦେଖିବାକୁ ମିଳିଥିଲା, ପ୍ରକାଶ ଥାଉକି କାରାଖେଣ୍ଡ୍ରା ଗ୍ରାମ ରୁ ଠାକୁରାଣୀ ଗ୍ରାମ ଯିବାକୁ ହେଲେ ଝାରଖଣ୍ଡ ରାଜ୍ୟ ଦେଇ ପନ୍ଦର କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥାଏ, ବର୍ତ୍ତମାନ ଏହି ରାସ୍ତାଟି ହେଲେ , ଦେଓଝର ଠାକୁରାଣୀ ଗ୍ରାମକୁ ଯିବା ପାଇଁ ଓଡିଶା ମଧ୍ୟ ଦେଇ ମାତ୍ର 3 କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିବ ଏବଂ ଉପାନ୍ତ ଅଞ୍ଚଳ ର ଅଧିବାସୀ ମାନେ ବିଭିନ୍ନ ପ୍ରକାର ସୁବିଧା ପାଇପାରିବେ, ତେବେ ଏହି ରାସ୍ତା ପାଇଁ ଦୁଇ ପଞ୍ଚାୟତ ର ଗ୍ରାମବାସୀ ପୁର୍ଣ ସମର୍ଥନ ଦେଇଥିବା ଦେଖିବାକୁ ମିଳିଛି l
କେନ୍ଦୁଝର ଜିଲ୍ଲା ବଡ଼ବିଲରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।






