Spread the love

ବିଶ୍ଵ କୁନ୍ତଳ ଶିଶୁଗୃହ ରେ ୭୭ ତମ ସ୍ବାଧିନତା ଦିବସ ପାଳିତ

ଚଳିତ ବର୍ଷ ସାରା ଦେଶ ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ଏହି ଅବସରରେ ‘ଇଶୋ’ ଅନୁଷ୍ଠାନ ଢେଙ୍କାନାଳ ଦ୍ଵାରା ପରିଚାଳିତ ବିଶ୍ବକୁନ୍ତଳ ଶିଶୁଗୃହ ମହୁଲପଡା ଠାରେ ସ୍ବାଧିନତା ଦିବସ ପାଳନ ହୋଇଛି। ମୋରି ମାଟି ମୋରା ଦେଶ ଦ୍ଵାରା ଅନୁପ୍ରାଣିତ ହୋଇ ପ୍ରାତଃ ସମୟରେ ଅନ୍ତେବାସୀ ଦ୍ଵାରା ପ୍ରଭାତ ଫେରି ଆୟୋଜିତ ହୋଇଥିଲାଓ ଏହାପରେ ମୁଖ୍ୟ ଅତିଥି ଶ୍ରୀ ଜ୍ୟୋତି ଏସ ସାହୁ (ପି.ଡି ଡିଆରଡିଏ) ଢେଙ୍କାନାଳ ଶିଶୁ ଗୃହ ଠାରେ ପତାକା ଉତ୍ତୋଳନ କରି ଅନ୍ତେବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ଉତ୍ସବରେ ଲୋନି ଇନର ହ୍ବୁଇଲ କ୍ଲବର ସଦସ୍ୟମାନେ ବଳଦିଆବନ୍ଧ ଗ୍ରାମପଞ୍ଚାୟତ ର ୱାଡମେମ୍ବର ଓ ଅନ୍ୟ ବୁଦ୍ଧିଜିବିମାନେ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସେଥିରେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଅତିରିକ୍ତ ଜିଲ୍ଲାପାଳ ଢେଙ୍କାନାଳ ଓ ଶ୍ରୀଯୁକ୍ତ ସୁବେନ୍ଧୁ କୁମାର ଖୁଣ୍ଟିଆ ଡିଏସଏସଓ ଢେଙ୍କାନାଳ ଅତିଥି ରୂପେ ଯୋଗଦେଇ ଶିଶୁମାନଙ୍କୁ ଶିକ୍ଷା ର ବିକାଶ ଓ ନିଜର ଦାୟିତ୍ଵ ପରିଚାଳନା ବିଷୟରେ ଆଲୋକପାତ କରିଥିଲେ। ଇଶୋ ର ସମ୍ପାଦିକା ପୁଷ୍ପାଞ୍ଜଳି ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶିଶୁ ଗୃହର ପରିଚାଳିକା ରୋଜାଲିନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ସହକର୍ମୀ ସର୍ବେଶ୍ଵର ମଲ୍ଲିକଙ୍କ ତତ୍ବାବଧାନରେ ଶିଶୁମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କର୍ମୀ ଦିବ୍ୟ,ଶୁଭଶ୍ରୀ,ଓମ୍, ଗିରିଜା,ଦିପିକା, ମିଞ୍ଜି ଓ ଶ୍ରାବଣୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦିତ ହୋଇଥିଲା

Leave a Reply

Your email address will not be published. Required fields are marked *