ବରାହ ହତ୍ୟା ଘଟଣାରେ ଦୁଇ ଗିରଫ
ଗୋଳାମୁଣ୍ଡା
କଳାହାଣ୍ଡି ଜିଲ୍ଲା ଉତ୍ତର ବନ ବିଭାଗ ଅଧିନସ୍ତ କେଗାଁ ବନ ବିଭାଗ ବରାହ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଚପରିଆ ପଞ୍ଚାୟତ ବାଞ୍ଜିପଦର ଗ୍ରାମର କେତେକ ଲୋକ ଆଜି ସଖାଳ ୫ଟା ସମୟରେ ବିଶି ବର୍ଣି ସଂରକ୍ଷିତ ଜଙ୍ଗଲର ଏକ ବରାହ ଗାଁକୁ ଆସିଥିବା ବେଳେ ସଙ୍ଘବଧ ହୋଇ ହତ୍ୟା କରିଥିଲେ । ବିଶେଷ ସୁତରୁ କେଗାଁ ବନ ବିଭାଗ ରେଞ୍ଜର ବିଜୟ କୁମାର ମଲ୍ଲିକ ଓ ବନପାଳ ମଧୁକର ପୁଟେଲ ଖବର ପାଇ ନିଜ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବାଞ୍ଜିପଦର ଗ୍ରାମର ଗୁର ଭୋଇ ଓ ଅଗାଧୁ ନାଗ । କେଗାଁ ବନବିଭାଗ ଦୁଇ ଅଭିଯୁକ୍ତଙ୍କୁ ୧୬୬/୨୩ରେ କେଶ ରୁଜୁକରି ବନ୍ୟପ୍ରାଣୀ ଆଇନ ୫୧ ଧାରା ଅନୁଯାୟୀ ଧର୍ମଗଡ଼ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା କେତେଜଣ ଆସାମୀ ଫେରାର ଅଛନ୍ତି ବୋଲି ରେଞ୍ଜର ବିଜୟ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ।
ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି kapurchansethia ଙ୍କ ନିୟୁଜ ଜାଗ୍ରତ ଭାରତ




