ଆରାଧ୍ୟାର ପ୍ରଥମ ଜନ୍ମ ବାର୍ଷିକ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବିଷୟ ____ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ପଞାୟତର କପିଳେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଆଜି ସମାଜସେବୀ ଧନୁର୍ଜୟ ଦାଶଙ୍କ ନାତୁଣୀ ଆରାଧ୍ୟାର ପ୍ରଥମ ଜନ୍ମ ବାର୍ଷିକ ଅବସରରେ ଏକ ବିଶାଳ ମନୋରମ ପରିବେଶରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ କରନ୍ତୁ ଜୀବନ ବଞାନ୍ତୁ ଓ ରକ୍ତଦାନ ଏକ ମହତ ଉଦ୍ୟମ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ରାଣୀ ରାଉତ ଫାଉଣ୍ଡେସନ ସୈଜନ୍ୟରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ବରାଜ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରକ୍ତଦାନ ସଭାରେ ରାଜକନିକା ମେଡିକାଲର ଯୁବ ଡାକ୍ତର ଦେବସ୍ମିତା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ଼ାକ୍ତର ତପନ କୁମାର ମାଝି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବେ କପିଳେଶ୍ଵର କଲେଜର ଅଧ୍ୟାପକ ନଗେନ କୁମାର ସିଂ, ରାଣୀ ରାଉତ ଫାଉଣ୍ଡେସନ ତରଫରୁ ଧୀରେନ୍ଦ୍ର କୁମାର ରାଉତ, ସରପଞ୍ଚ ଶୁଭସ୍କିତା ନାୟକ, ସମିତି ସଭ୍ୟା ଝିଲିପ୍ରଭା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପରିଚୟ ପ୍ରଦାନ କରିଥିଲେ ଦେବବ୍ରତ ବେହେରା, ଧନ୍ୟବାଦ ଅର୍ପଣ କରିଥିଲେ ନିରାକାର ମାହୁନ୍ତ। ପରିଶେଷରେ ସମସ୍ତ ଅତିଥି ମାନେ ଆୟୁସ୍କତୀ ଆରାଧ୍ୟାଙ୍କୁ ଆଶ୍ରୀବାଦ ପ୍ରଦାନ କରିଥିଲେ।ଏପରି ପଲ୍ଲୀ ଅଞ୍ଚଳରେ ଏହିଭଳି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ ଅତିଥି ମାନେ ଖୁବ ପ୍ରଶଂସା କରିଥିଲେ।
ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




