ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜାଗାମିଶନ ଜରିଆରେ ଆସନ୍ତା ୨୮ ତାରିଖରେ ପ୍ରମାଣପତ୍ର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପଟ୍ଟା ବାଣ୍ଟିବେ । ପୂର୍ବରୁ ୧୮ ଓ ୨୫ ଦୁଇଟି ତାରିଖ ବଦଳିଥିବା ବେଳେ ଏଥର ଚୂଡ଼ାନ୍ତ କରାଯାଇଛି ।
ପଟ୍ଟା ବଣ୍ଟନକୁ ନେଇ ସୋମବାର ବିଏମ୍ସି କାର୍ୟ୍ୟାଳୟ ପରିସରରେ ଜରୁରୀ ବୈଠକ ବସିଥିଲା ।
ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ । ଏଥିରେ ଜାଗା ମିଶନର ପଟ୍ଟା ସର୍ମ୍ପକରେ ଆଲୋଚନା ହୋଇଥିଲା । କଳିଙ୍ଗ ଷ୍ଟାଡିୟମରେ ୨୮ ତାରିଖରେ ଭବ୍ୟ ଆୟୋଜନ କରାଯିବ । ବିଏମ୍ସି ଅଞ୍ଚଳରେ ୫୧ ହଜାର ହିତାଧିକାରୀଙ୍କ କାଗଜପତ୍ର ଯାଞ୍ଚ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ଏଥିରେ ୩୬୧ ବସ୍ତି ବାସିନ୍ଦା ଉପକୃତ ହେବେ। ୫ ହଜାର ଲୋକଙ୍କୁ କଳିଙ୍ଗ ଷ୍ଟାଡିୟମ ଓ ବାକି ଲୋକଙ୍କୁ ନିର୍ବାଚନମଣ୍ଡଳୀରେ ପଟ୍ଟା ବଣ୍ଟନ କରାଯିବ । ସବୁ ବସ୍ତି ବିଜୁ ଆଦର୍ଶ କଲୋନୀରେ ରୂପାନ୍ତର ହେଉଛି । ଏହା ସହ ରାଜ୍ୟରେ ଥିବା ଅନ୍ୟ ୫ ମହାନଗର ନିଗମ, ଏନ୍ଏସି ଓ ମୁନିସିପାଲିଟିରେ ମଧ୍ୟ ଭୂମିହୀନଙ୍କୁ ପଟ୍ଟା ବାଣ୍ଟିବାକୁ ଲକ୍ଷ୍ୟ ରଖାଯାଇଛି ।
ସୋର୍ସ news

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


