ଟାଟା ଗ୍ରୀନ୍ ବ୍ୟାଟେରୀ ସର୍ଭିସ୍ ଏବଂ ସେଲର୍ ପଏଂଟ୍ ଉଦ୍ଘାଟନ
ଢେଙ୍କାନାଳ, ୨୪/୮: ଢେଙ୍କାନାଳ ଗଣେଶ ବଜାର ରଥଗଡାସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ୍ କଂପ୍ଲେସ୍ ଠାରେ ଅଟୋ ଇଣ୍ଡିଆ ନାମରେ ଟାଟା ଗ୍ରୀନ୍ ବ୍ୟାଟେରୀ ସର୍ଭିସ୍ ଏବଂ ସେଲର୍ ପଏଂଟ୍ ଉଦ୍ଘାଟନ ହୋଇଯାଇଅଛି । ଏହା ଟାଟା ବ୍ୟାଟେରୀ ଆଂଚଳିକ ପରିଚାଳକ ସୁରେଶ ଚନ୍ଦ୍ର କର ଓ ଓଡିଶାର ସର୍ଭିସ୍ ମ୍ୟାନେଜର ବିଶ୍ବ ମୋହନ ବେହେରାଙ୍କ କରକମଳରେ ଉଦ୍ଘାଟନ ହୋଇଥିଲା । ଢେଙ୍କାନାଳ ଜିଲ୍ଲାରେ ଏହା ପ୍ରଥମ ଓ ପରେ ବିଭିନ୍ନ ଅଂଚଳରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରାହକମାନେ କିପରି ସୁବିଧାରେ ସର୍ଭିସ୍ ପାଇପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଜିଲ୍ଲାରେ ସୁବିଧା କରାଯାଇଛି । ମାରୁତି କାର୍, ହୋଣ୍ଡା, ୟାମାହା, ଟିଭିସ୍ ବାଇକ୍ ତଥା ଅନ୍ୟାନ ଟାଟା ବ୍ୟାଟେରୀ ଓ ଇନ୍ଭୋଟର ବ୍ୟାଟେରୀ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ସୁବିଧା ପାଇପାରିବେ । କୋକାନର ପ୍ରୋପ୍ରାଇଟର୍ ସୁବାଷ ଚନ୍ଦ୍ର ହୋତା ଖୁସି ପ୍ରକଟ କରି ସମସ୍ତ ଗ୍ରାହକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସହଯୋଗ ପାଇଁ ନିବେଦନ କରିଛନ୍ତି । ଏହି ଉଦ୍ଘାଟନ ବେଳେ ସହରର ବହୁ ଗ୍ରାହକ ଉପସ୍ଥିତ ରହିବା ସହ ବ୍ୟାଟେରୀ କ୍ରୟ କରିଥିଲେ।




