ବଡବିଲ ପୌରପାଳିକା ପକ୍ଷରୁ ୱାର୍ଡ ନମ୍ବର ପନ୍ଦରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ପଦାର୍ଥ ଓ ବଣଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିବା ବେଳେ, ବର୍ଷା ଋତୁର ଆଗମନରେ ବିଭିନ୍ନ ସ୍ଥାନରେ ପାଣି ଜମି ଡେଙ୍ଗୁ ଓ ମ୍ୟାଲେରିଆ ଭଳି ମହାମାରୀ ରୋଗ ବ୍ୟାପିଥାଏ। ଯାହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଆଜି ବଡବିଲ ପୌରପାଳିକା ଅନ୍ତର୍ଗତ ପନ୍ଦର ନମ୍ବର ୱାର୍ଡ ର ଦାମୁହାଟ୍ଟିଂ ଠାରେ ବଡବିଲ ପୌରପାଳିକା ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଦାମୁହାଟ୍ଟିଂ ସ୍ଥିତ ପରିଚୟ ଗୃହରେ ଏହି କାର୍ଯ୍ୟକ୍ରମ କୁ ବଡବିଲ ପୌରପାଳିକା ପକ୍ଷରୁ ଆୟୋଜନ କରାଯାଇ କିପରି ଏହି ମହାମାରୀ ରୁ ନିଜକୁ ଦୂରେଇ ରଖି ସୁରକ୍ଷିତ ରହିବେ ଏ ଦିଗ ପ୍ରତି ଉପସ୍ଥିତ କର୍ମୀ ମାନେ ଲୋକଙ୍କୁ ସଚେତନ କରାଇବା ସହ ଅଞ୍ଚଳରେ ମଶା ମାଛି ଙ୍କୁ ଦୂରେଇ ରଖିବା ପାଇଁ ତେଲ ସିଞ୍ଚନ କରାଇବା ସହ ଅଞ୍ଚଳରେ ଲୋକଙ୍କୁ ମଶାରୀ ମଧ୍ୟ ବଣ୍ଟନ କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)