ସ୍ବାସ୍ଥ୍ୟ, ପୁଷ୍ଟି ଓ ଶିଶୁ ସୁରକ୍ଷା ସମ୍ପର୍କିତ ତିନିଦିନିଆ ତାଲିମ୍ ଶିବିର ଉଦଯାପିତ
ଆହୁରି ତ୍ୱରାନ୍ୱିତ ହେବ ଶିଶୁ ବିକାଶ କାର୍ଯ୍ୟକ୍ରମ
କେନ୍ଦୁଝର ଜିଲ୍ଳା ଗମ୍ହାରିଆ ସ୍ଥିତ ସମ୍ପ୍ରସାରିତ ତାଲିମ୍ କେନ୍ଦ୍ର(ଇଟିସି) ଠାରେ ୟୁନିସେଫ୍ ସହାୟତାରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ତିନିଦିନିଆ ସ୍ୱାସ୍ଥ୍ୟ, ପୁଷ୍ଟି, ଶିଶୁ ସୁରକ୍ଷା ଏବଂ ସାମାଜିକ ବ୍ୟବହାର ପରିବର୍ତ୍ତନ ସଂଚାର ସମ୍ପର୍କିତ ତାଲିମ୍ ଶିବିର ଶୁକ୍ରବାର ଶେଷ ହୋଇଛି। ଏହି ତାଲିମ୍ ଜିଲ୍ଲାରେ ଶିଶୁ ବିକାଶ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ବଡ଼ ଲକ୍ଷ୍ୟ ହାସଲ ଦିଗରେ ନିଶ୍ଚୟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ୟୁନିସେଫ୍ ଓଡ଼ିଶାର ପୁଷ୍ଟି ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଆୟୋଜିତ ଉଦଯାପନୀ ସଭାରେ ଏହି ତିନିଦିନିଆ ତାଲିମ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ମୂଳ ଲକ୍ଷ୍ୟ ସମ୍ପର୍କରେ ବିଶେଷଜ୍ଞମାନେ ବର୍ଣ୍ଣନା କରିଥିଲେ। ସେହିଭଳି ତାଲିମ୍ ଗ୍ରହଣ କରିଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଏବଂ ‘ଆମ କଳିକା କେନ୍ଦ୍ର’ର ଅଧିକାରୀମାନେ ମଧ୍ୟ ନିଜ ନିଜର ଅନୁଭୂତି ବାଣ୍ଟିଥିଲେ। ତୃତୀୟ ଦିନରେ ୟୁନିସେଫ୍ ତରଫରୁ ଶିଶୁ ସୁରକ୍ଷା ବିଶେଷଜ୍ଞ ଘାଷିରାମ ପଣ୍ଡା, ପୁଷ୍ଟି ବିଶେଷଜ୍ଞ ଡ. ସଞ୍ଜୟ କୁମାର ସାହୁ, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅନୀଲ ପଟ୍ଟନାୟକ ସାମାଜିକ ଯୋଗାଯୋଗ ବିଶେଷଜ୍ଞ ସନ୍ତୋଷ ବେହେରା, ଗବେଷଣା ଓ ପ୍ରକଳ୍ପ ସହାୟକ ତମାଲ୍ ରେଜା ପ୍ରମୁଖ ବିଭିନ୍ନ ବିଷୟବସ୍ତୁ ଉପରେ ତାଲିମ୍ ପ୍ରଦାନ କରିଥିଲେ। ଏହାପରେ ଅପରାହ୍ନ ୩ଟାରେ ଉଦଯାପନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କେନ୍ଦୁଝର ଜିଲ୍ଲାରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍
ନେ ରେ




