( ଜମିବାଡ଼ି ବିବାଦ କୁ କେନ୍ଦ୍ରକରି ଭାଇ ହେଲା ଭଗାରୀ | ପୋଲିସ ନିରବ ଦ୍ରଷ୍ଟା |ନ୍ୟାୟ ପାଇବା ପାଇଁ ସ୍ୱାମୀ, ସ୍ତ୍ରୀ ଉପ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ )
ଜଗତସିଂହପୁର
ତା =28/8/23
ବାଲୁକୁଦା ଥାନା ଅନ୍ତର୍ଗତ ମୁଲୁଗାଁ ଗଉଡ଼ ସାହି ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଖୋଦ ମା ପେଟର ବଡ଼ ଭାଇ ଲକ୍ଷ୍ମୀଧର ପରିଡା ଏବଂ ତାଙ୍କ ୩ ପୁଅ ଅବିଚାର କରି ନିର୍ମମ ଭାବେ ସାନ ଭାଇ ରତ୍ନାକର ପରିଡା ଏବଂ ସ୍ତ୍ରୀ ରତି ପରିଡା ଙ୍କୁ ମାଡ଼ପିଟ କରିବା ସହିତ ବଳପୂର୍ବକ ଜୋର ଜବରଦସ୍ତ ଘରର ସମୁଖ ରେ ସିମେଣ୍ଟ ଖୁଣ୍ଟ ପକାଇ ସମସ୍ତ ପ୍ରବେଶପଥ ତାର ଜାଲି ବୁଲାଇବା ଦ୍ଵାରା ସାନ ଭାଇ ର ପରିବାର ଯାତାୟତ କରିବାରେ ଅସୁବିଧା ର ସମ୍ମୁଖୀନ ହେବାରୁ ନ୍ୟାୟ ପାଇବା ନିମନ୍ତେ ସ୍ଥାନୀୟ ସରପଞ୍ଚ ଏବଂ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ବାଲିକୁଦା ପୋଲିସ ଅଭିଯୋଗ କୁ ଭିତ୍ତି କରି କେସ ରୁଜୁ କରି ନିରବ ରେ ବସି ରହିବାରୁ ନ୍ୟାୟ ପାଇବା ନିମନ୍ତେ ସାନ ଭାଇ ରତ୍ନାକର ପରିଡା ଏବଂ ସ୍ତ୍ରୀ ରତି ପରିଡା ଜଗତସିଂହପୁର ଉପ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଧାରଣା ରେ ବସିଛନ୍ତି | ଘର ସମୁଖ ରୁ ତୁରନ୍ତ ସିମେଣ୍ଟ ଖୁଣ୍ଟ ଏବଂ ତାର ଜାଲି ହଟାଇବାକୁ ଉପ ଜ଼ିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




