( ବାଲିଘର ପକ୍ଷରୁ ପୁରସ୍କାର ବିତରଣ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =29/8/23
ବାଲିଘର ଫାଉଣ୍ଡେସନ୍ ପକ୍ଷରୁ ତିର୍ତୋଲ ବ୍ଲକ୍ ଜଗନ୍ନାଥ ପୁର ନୋଡ଼ାଲ ସ୍କୁଲ ପରିସରରେ ୫ ଟି ବିଭାଗରେ କରାଯାଇଥିବା ପ୍ରତିଭା ପ୍ରତିଯୋଗିତାରେ ମୋଟ ୧୧୧ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରତ୍ୟେକ ବିଭାଗରେ ଜୁନିୟର, ସିନିୟର ୫ଟି ଜୋନ୍ ରୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଏହି ଭଳି କୃତିତ୍ୱ ଅର୍ଜନ କରିଥିବା ୩୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପୁରଷ୍କାର ବିତରଣ ଉତ୍ସବରେ ମାନପତ୍ର,ଟ୍ରଫି ଓ କିଛି ପୁସ୍ତକ ପ୍ରଦାନ କରାଯାଇଛି। ଫାଉଣ୍ଡେସନ୍ ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଓ ବରିଷ୍ଠ ସାମ୍ବାଦିକ ତଥା ସାରଳା ସାହିତ୍ୟର ପ୍ରଚାରକ ରମାକାନ୍ତ ରାଉଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ବାବାଜୀ ଚରମ ନାୟକ, ଅନ୍ୟତମ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ବଡ଼ପଣ୍ଡା,ଏସ୍ କେ ତାଜ୍ଉଦ୍ଦିନ, ସୁଶାନ୍ତ କୁମାରଦାସ, ଶୁଭଲକ୍ଷ୍ମୀ ବୋଡିକିଆ, ପ୍ରିୟଙ୍କା ଆଚାର୍ଯ୍ୟ, ନୌବାହାର ବାନୁ ଓ ସ୍ମିତା ମହାରଣା ପ୍ରମୁଖ ପିଲା ମାନଙ୍କର ଅନ୍ତର୍ନିହିତ ପ୍ରତିଭା ତଥା ବୌଦ୍ଧିକ ବିକାଶରେ ବାଲିଘର ଏହି ଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଶେଷ ଭାବରେ ସହାୟକ ହେବ ଵୋଲି ମତ ପୋଷଣ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରେ ରାଜଶ୍ରୀ ପରିଡ଼ା, ପ୍ରିୟଙ୍କା ଦାସ,ସତ୍ୟ ପ୍ରକାଶ ସାହୁ, ସୋମେଶ୍ ବେହେରା ଓ ସ୍ମୃତି ପ୍ରଜ୍ଞା ପାତ୍ର ସବୁଠୁ ଉନ୍ନତ ମାନର ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଚିତ୍ତରଞ୍ଜନ ଜେନା,ଶ୍ୱେତମ୍ବର ମଲ୍ଲିକ, ଦେବେନ୍ଦ୍ର କୁମାର ଦଳେଇ, କିଶୋର କୁମାର ଦାସ, ଅଭୟ କୁମାର ଜେନା ଓ ବିଭୁ ପ୍ରସାଦ ଦାସ ପ୍ରମୁଖ ସଫଳତାର ସହିତ ପରିଚାଳନା କରିଥିଲେ।ପରିଶେଷରେ ପଣ୍ଡିତ ନାଗମଣୀ କର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





