ହାଇୱା ପଛରେ ଅନ୍ୟଏକ ପିଟିହୋଇ ଦୁର୍ଘଟଣାଗସ୍ତ ଚାଳକ ଗୁରୁତର ଆହତ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଖଣିଜ ପଦାର୍ଥ ପରିବହନ କୁ ନେଇ ବହୁ ସଂଖ୍ୟାରେ ଗାଡିଘୋଡା ଚଳାଚଳ କରିଥାଏ। କିନ୍ତୁ ଅନେକ ସମୟରେ ଦେଖାଯାଏ କି ଦୃତଗତି ଓ ବେପରୁଆ ଢଙ୍ଗରେ ଗାଡି ଚାଳନା ଯୋଗୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟି ଜନଜୀବନ ପ୍ରଭାବିତ ହୋଇଥାଏ। ସେହିଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ 520 ନମ୍ୱର୍ ଜାତୀୟ ରାଜପଥ ଟୋଣ୍ଟ ନିକଟରେ। ଆଇରନ ବୋଝେଇ ଏକ ହାଇୱା ଅନ୍ୟ ଏକ ହାଇୱା ପଛରେ ପିଟି ହୋଇ ଦୁର୍ଘଟଣା ଗସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଜୋରଦାର ଥିଲାକି ହାଇୱା ଟିର ସମ୍ମୁଖ ଭାଗ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ଜଣକ ଗାଡି ଭିତରେ ଫସି ଯାଇଥିଲେ, ଏହା ଦେଖି ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ, ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡି ଭିତରେ ଫସି ରହିଥିବା ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ, ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ନେଇ ସୂଚନା, ଘଟଣା ସ୍ଥଳରେ ବଡବିଲ ପୋଲିସ୍ ପହଞ୍ଚି ଦୁର୍ଘଟଣା ସମ୍ବଧ ରେ ଅଧିକ ତଦନ୍ତ ଜାରି ରଖିଛି। ଏବଂ ଅନେକ ସମୟରେ ଦେଖାଯାଏ ଜାତୀୟ ରାଜପଥ ରେ ଅବୈଧ ପାର୍କିଂ ଯୋଗୁ ମଧ୍ୟ ବହୁ ସମୟରେ ଦୁର୍ଘଟଣା ମାନ ଘଟି ଜନଜୀବନ ପ୍ରଭାବିତ ହୋଇଥାଏ ଏଥି ପ୍ରତି ଆଞ୍ଚଳିକ ପ୍ରଶାସନ ଅଧିକାରୀ ବୃନ୍ଦ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବିହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




