କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିଛନ୍ତି । ଆଜି ମଧ୍ୟାହ୍ନରେ ଶ୍ରୀ ପ୍ରଧାନ ଯାଜପୁର ରୋଡ ସ୍ଥିତ ସେଂଟ ଜାଭିୟର ଇଂଟରନେସନାଲ ସ୍କୁଲ ପରିସରରେ ଆୟୋଜିତ ମେରେ ମାଟି ମେରେ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ବୃକ୍ଷ ରୋପଣ ସହ ଉପସ୍ଥିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଆମ ଦେଶକୁ ଏକ ସବୋତମ ରାଷ୍ଟ୍ରରେ ଗଢି ତୋଳିବା ପାଇଁ ଶପଥ ପାଠ କରାଇଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ସର୍ବଦା ସମ୍ମାନ ପ୍ରଦାନ ନିମନ୍ତେ ଆହ୍ୱନ ଦେଇଥିଲେ । ସାରା ଭାରତବର୍ଷ ଏବେ ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅବସରରେ ସ୍କୁଲ ପରିସରରେ ଔଷଧିୟ ବୃକ୍ଷ ରୋପଣ ପୂର୍ବକ ଅମୃତବନ ସ୍ଥାପନା ନିମନ୍ତେ ମନ୍ତ୍ରୀ ଅନୁରୋଧ କରିଥିଲେ । ଆଜି ରକ୍ଷା ବନ୍ଧନ ଥିବାରୁ ସ୍କୁଲର କୁନିକୁନି ଛାତ୍ରୀଗଣ ମନ୍ତ୍ରୀଙ୍କୁ ରାଖି ବାନ୍ଧି ବନ୍ଦାପନା କରିଥିଲେ । ଏଠାକାର କାର୍ଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ କଳିଂଗନଗର ଅନ୍ତର୍ଗତ ଡୁବୁରି କପିଳେଶ୍ୱର ପଡିଆରେ ଆୟୋଜିତ ସୁରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେଇଥିଲେ । ଏଠାରେ ଆୟୋଜିତ ବିଶାଳ ଜନ ସମାବେଶରେ କେନ୍ଦ୍ର ସରକାରଙ୍କ ବହୁ ଜନ ହିତକାରୀ ଯୋଜନାର ସୁଫଳ କିଭଳି ଲୋକଙ୍କ ପାଖରେ ପହଁଚିପାରିବ ତା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ଭ ଆରୋପ କରିଥିଲେ । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ଓ ଉଜ୍ଜଲା ଯୋଜନାର ହିତାଧିକାରୀଙ୍କୁ ୪୦୦ ଟଙ୍କା କମ କରିଛନ୍ତି । ଯାହାକି ସାରା ଦେଶର ଗୃହୀଣୀଙ୍କୁ ଆଶ୍ୱସ୍ତ କରିଛି । ରକ୍ଷା ବନ୍ଧନ ଅବସରରେ ମାଭଉଣୀଙ୍କ ପାଇଁ ମୋଦୀ ସରକାରଙ୍କ ଏକ ବଡ ଉପହାର ବୋଲି ଶ୍ରୀ ପ୍ରଧାନ କହିଥିଲେ । ତତସହିତ ମହିଳାମାନେ କିଭଳି ବିଭିନ୍ନ ଉଦ୍ୟୋଗ ଗଢି ପାରିବେ ସେ ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ସେ କହିଥିଲେ । ରାଜ୍ୟ ସରାକାରଙ୍କୁ ଏକ ଅପରାଗ ସରକାର ବୋଲି କେନ୍ଦ୍ରମନ୍ତ୍ରୀ କଡା ଜବାବ ରଖିଥିଲେ । ଏବଂ ପିଙ୍କ୍ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ରାଖୀ ବାନ୍ଧିଥିଲେ।
ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




