ତୃତୀୟ ଦିନ ରେ ନାଲକୋ ରେ ଅର୍ଥନୈତିକ ଅବରୋଧ, ସଙ୍କଟରେ ନାଲକୋ କାରଖାନା
ଓଡିଶା ର ଦ୍ୱିତୀୟ କୋଣାର୍କ କୁହାଯାଉଥିବା ସ୍ବର୍ଣ୍ଣିମ ନବରତ୍ନ କାରଖାନା ନାଲକୋ ଏବେ ଘୋର ସଙ୍କଟ ଦେଇ ଗତି କରୁଛି | ନାଲକୋ ପ୍ରୟୋଜିତ ଏଲ.ଏ.ପି(ଆ.ଟି.ଆଇ) ୧୯୮ କ୍ଷତିଗ୍ରସ୍ତ ପ୍ରଜାସଂଘ ଦ୍ଵାରା ଚାଲିଥିବା ଅର୍ଥନୈତିକ ଅବରୋଧ ଆଜି ତୃତୀୟ ଦିନ ରେ ପହଞ୍ଚିଛି , ଯାହା ଫଳରେ ନାଲକୋ ର ଲାନ୍ସଲରୀ , କୋଇଲା ଯୋଗାଣ ଓ ଜଳ ଯୋଗାଣ ସମ୍ପୂର୍ଣ ଭାବରେ ବନ୍ଦ ରହିଛି | ଲାନ୍ସଲରୀ ବନ୍ଦ ହେବା ଫଳରେ ସିପିପି ରୁ ନିର୍ଗତ ହେଉଥିବା ୭୫୦୦ ଟନ ପାଉଁଶ ଏବେ କୋଇଲା ଖଣି କୁ ନ ଯାଇ ପୁନଃ ପାଉଁସ ପୋଖରୀ କୁ ଯାଉଛି , କିନ୍ତୁ ପୂର୍ବରୁ ଯେହେତୁ ପାଉଁଶ ପୋଖରୀ ରେ ପାଉଁଶ ଧାରଣ କ୍ଷମତା ଆଉ ନାହିଁ ତେଣୁ ପାଉଁଶ ରଖିବା ଚିନ୍ତାର ବିଷୟ ହେଲାଣି | ନାଲକୋ ର ମୁଖ୍ୟ କଞ୍ଚା ମାଲ କୋଇଲା ଓ ପାଣି ଯୋଗାଣ ସମ୍ପୂର୍ଣ ଭାବରେ ବନ୍ଦ ହୋଇ ଯାଇଛି | ପ୍ରତ୍ୟେକ ଦିନ ନାଲକୋ ର ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ସିପିପି କୁ ରେଳ ଦ୍ଵାରା ଯେଉଁ କୋଇଲା ଆସୁଥିଲା ଧର୍ମଘଟ କାରଣରୁ ତାହା ବନ୍ଦ ରହିଥିବା ବେଳେ ମେଟେରାଲ ଗେଟ ବନ୍ଦ ରହିଥିବା ଫଳରେ ଟ୍ରକ ଦ୍ଵାରା ଆସୁଥିବା କୋଇଲା ମଧ୍ୟ କାରଖାନା ଭିତରକୁ ଯାଇ ନ ପାରି ସିପିପି ସମ୍ମୁଖ ପର୍କିଙ୍ଗ ରେ ଛିଡା ହୋଇଛି, ଯାହା ଫଳରେ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି | ସେହିଭଳି ନାଲକୋ କାରଖାନା ,କ୍ଵାଟର ଓ ଯେଉଁ ୨୫ ଟି ଗ୍ରାମ କୁ ପ୍ରତ୍ୟେକ ଦିନ ନାଲକୋ ଏକ ଲକ୍ଷ ଦଶ ହଜାର (୧୧୦୦୦୦) କ୍ୟୁସେକ ଲିଟର ପାଣି ବ୍ରାହ୍ମଣୀ ନଦୀ ରୁ ଇଣ୍ଟେକ ପମ୍ପ ହାଉସ୍ ମାଧ୍ୟମରେ ଦେଇ ଆସୁଥିଲା ଯାହା ଏହି ଅର୍ଥନୈତିକ ଅବରୋଧ ଦ୍ଵାରା ସମ୍ପୂର୍ଣ ଭାବରେ ବନ୍ଦ ହୋଇ ରହିଛି , ଯାହା ଫଳରେ ନାଲକୋ ରେ ଥିବା ସଞ୍ଚିତ ଜଳ ର ସ୍ତର ୮.୯ ରୁ ଖସି ୮.୫ ରେ ପହଞ୍ଚି ସାରିଲାଣି | ଯଦି ଆଗାମୀ ଦିନରେ ନାଲକୋ ପ୍ରୟୋଜିତ ଏଲ.ଏ.ପି(ଆ.ଟି.ଆଇ) ୧୯୮ କ୍ଷତିଗ୍ରସ୍ତ ପ୍ରଜାସଂଘ ଦ୍ଵାରା ହେଉଥିବା ଏହି ଅର୍ଥନୈତିକ ଅବରୋଧ ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଏହା ନାଲକୋ ପାଇଁ ଘୋର ସଙ୍କଟ ଆଣିଦେବ, ତେବେ ନାଲକୋ ପ୍ରୟୋଜିତ ଏଲ.ଏ.ପି(ଆ.ଟି.ଆଇ) ୧୯୮ କ୍ଷତିଗ୍ରସ୍ତ ପ୍ରଜାସଂଘ ଏହି ଅର୍ଥନୈତିକ ଅବରୋଧ ପାଇଁ କେବଳ ନାଲକୋ କୁ ଦୋଷ ଦେଇଛନ୍ତି | ସଂଘ ସମ୍ପାଦକ ଙ୍କ କହିବା ହେଲା ଯେହେତୁ ସେମାନେ ଦୀର୍ଘ ୧୪ ବର୍ଷ ରୁ ଅଧିକ ସମୟ ହେବ ନିଜର ହକ୍ ଓ ପ୍ରାପ୍ୟ ପାଇବା ପାଇଁ ବିଭିନ୍ନ ସମୟରେ ଦାବି , ଆପତ୍ତି ଓ ଆନ୍ଦୋଳନ କରି ଆସୁଛନ୍ତି ତେଣୁ ନାଲକୋ ସେମାନଙ୍କର ସମସ୍ୟା ବିଷୟରେ ପଂଖାନୁପୁଙ୍ଖ ଆଲୋଚନା କରି ସମାଧାନ କରିବା ଦିଗ ରେ ଚେଷ୍ଠିତ ହେବା ଉଚିତ , ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା କିମ୍ବା ଯେଉଁ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ହୋଇ ନାହିଁ ସେ ପର୍ଯ୍ୟନ୍ତ ଉଚ୍ଚ କୁଶଳୀ ଭାବରେ ନିଯୁକ୍ତି ଦେବା ସହ କ୍ଵାଟର ର ବ୍ୟବସ୍ଥା କଲେ ନାଲକୋ ରେ ହେଉଥିବା ଏହି ଆନ୍ଦୋଳନ କୁ ବନ୍ଦ କରାଯିବ ନଚେତ ଏହି ଆନ୍ଦୋଳନ ଜାରି ରହିବ | ନାଲକୋ ରେ ତିନି ଦିନ ହେବ ଅର୍ଥନୈତିକ ଅବରୋଧ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନାଲକୋ ର କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ସେମାନଙ୍କ ସହ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ଦିଗରେ କୌଣସି ପ୍ରକାର ଆଲୋଚନା କରି ନ ଥିବା ବେଳେ, ନାଲକୋ ପ୍ରତି ସେମାନଙ୍କର ମନଭାବ ସ୍ପଷ୍ଟ ବାରି ହୋଇ ପଡୁଛି | ସେହିଭଳି ନାଲକୋ ପ୍ରୟୋଜିତ ଏଲ.ଏ.ପି(ଆ.ଟି.ଆଇ) ୧୯୮ ର ସଦସ୍ୟ ମାନଙ୍କ କହିବା ହେଲା କି ପୂର୍ବରୁ ଯେଉଁ ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନ କରିଥିଲେ ଓ ତା ର ସମାଧାନ ପାଇଁ ଆଗକୁ ଆସିଥିବା ସ୍ଥାନୀୟ ରାଜନୈତିକ ନେତା ମାନେ ଗଲେ କୁଆଡେ ?
ନାଲକୋ ର ଏହି ଅର୍ଥନୈତିକ ଅବରୋଧ କୁ ନାଲକୋ ର ବିଭିନ୍ନ ଶ୍ରମିକ ସଂଗଠନ ବିରୋଧ କରିଛନ୍ତି , ସିପିପି ର ଅଗ୍ରଣୀ ଶ୍ରମିକ ସଂଗଠନ ନାଲକୋ ଶ୍ରମିକ କଂଗେସ ୟୁନିୟନ ର ସାଧାରଣ ସମ୍ପାଦକ ବିଭବ ଜେନା କହୁଛନ୍ତି କି ଯଥା ଶୀଘ୍ର ନାଲକୋ ପ୍ରୟୋଜିତ ଏଲ.ଏ.ପି(ଆ.ଟି.ଆଇ) ୧୯୮ ର ସଦସ୍ୟ , ସଦସ୍ୟା ଙ୍କର ଦାବି ଗୁଡିକ ବିଷୟରେ ଆଲୋଚନା କରି ସମାଧାନ କରାଗଲେ ନାଲକୋ ବଞ୍ଚି ରହି ପାରିବ |
ଅନେକ ଆଲୋଚନା ପରେ ଉପଜିଲ୍ଲାପାଳ ଅନୁଗୋଳ ଓ ମାନ୍ୟବର ସାଂସଦ ଙ୍କ ଅନୁରୋଧ କ୍ରମେ ନାଲକୋ ପ୍ରୟୋଜିତ ଏଲ.ଏ.ପି(ଆ.ଟି.ଆଇ) ୧୯୮ ନିଜର ଆନ୍ଦୋଳନ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ |
ଅନୁଗୋଳରୁ ଚୈତନ୍ୟ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




