ସ୍ପଞ୍ଜ କଲୋନୀ କେନ୍ଦୁଝରଗଡ଼ ମୁନିସିପାଲିଟିର ସାବତ ଛୁଆ : ଡ୍ରେନ ନାହିଁ ଯମଯନ୍ତ୍ରଣା ଭୋଗୁଛନ୍ତି ଲୋକେ
କେନ୍ଦୁଝରଗଡ଼ ନଗରପାଳିକାର ୯ ନଂ ୱାର୍ଡରେ ରହିଛି ସ୍ପଞ୍ଜ କଲୋନୀ, ଇନକମ ଟ୍ୟାକ୍ସ କଲୋନୀ, ମୁଦୁଲି କଲୋନୀ,ବ୍ୟାଙ୍କ୍ କଲୋନୀ ଓ ଏମକେ କଲୋନୀ ପରି ବୁଡ଼ି ଅଞ୍ଚଳ। ନଦୀ ବନ୍ୟା ନହେଲେ ବି ସାମାନ୍ୟ ବର୍ଷାରେ ଏହି ଅଞ୍ଚଳ ଜଳାର୍ଣ୍ଣବ ହୁଏ। ଏଠାରେ ବର୍ଷା ପାଣି ଯିବାକୁ ବାଟ ବନ୍ଦ। ପାଣିର ଗତି ନିମ୍ନଗାମୀ ହେଲା ବେଳେ ତଳମୁଣ୍ଡରେ ପାଣିକୁ ଅଟକା ଯାଉ ଥିବାରୁ ଲୋକେ କୃତ୍ରିମ ଜଳବନ୍ଦୀ ହୋଇ ରହୁଛନ୍ତି। ନବେ ଦଶକରେ ଏହି ଅଞ୍ଚଳରେ ଜନବସତି ଆରମ୍ଭ ହୋଇ ଥିଲା ସେତେ ବେଳେ ବର୍ଷା ପାଣି ତଳ ମୁଣ୍ଡକୁ ଚାଲି ଯାଉ ଥିଲା। ହେଲେ ଏବେ ତଳମୁଣ୍ଡରେ ଘର ପାଚେରୀ ଆବଦ୍ଧ ଲାଗି ପାଣି ପ୍ରବାହିତ ହେଉନି। ଅପାରଗ କେନ୍ଦୁଝରଗଡ଼ ନଗରପାଳିକା ଚଢ଼ା ହୋଲ୍ଡିଂ ଟିକସ ୟୁଜର୍ସ ଫି ନେଉଥିଲେ ମଧ୍ୟ ଚୁପ୍ ହୋଇ ବସିଛି। ଲୋକେ ଟିକସ ଦେଇ ପଚା ଡ୍ରେନ ପାଣିରେ ରହୁଛନ୍ତି ଘରେ ସାପ ବେଙ୍ଗ ପଶି ଯାଉଛନ୍ତି। ପିଲା ଛୁଆ ସ୍କୁଲ ଯାଇ ପାରୁ ନାହାନ୍ତି ମେଡିକାଲ ଯିବାକୁ ହଇରାଣ। ଜୁଲାଇ ରୁ ଅକ୍ଟୋବର ଯାଏ ଏପରି ସମସ୍ୟା ଲାଗି ରହିଛି। ନଗରପାଳିକା ଡ୍ରେନ କରିବା କଥା ନହେଲେ ସ୍ୱରେଜ୍ କରୁ କଲୋନୀ ବାସିନ୍ଦାମାନେ ଦାବି କରିଛନ୍ତି। ଯଦି ମେନ୍ ରୋଡ଼ କଡ଼ରେ ଥିବା ଡ୍ରେନକୁ ୨/୩ ଫୁଟ ଖୋଳି ଦିଆ ଯାଆନ୍ତା ଏସବୁ କଲୋନୀ ପାଣି ଖଲାସ ହୋଇ ପାରନ୍ତା। ନହେଲେ ତଳ ମୁଣ୍ଡରେ ଘରୋଇ ଜମିକୁ ନଗରପାଳିକା ଅଧିଗ୍ରହଣ କରି ଡ୍ରେନ କରି ପାରେ। ଏହି ସବୁ ସମସ୍ୟାରୁ ମୁକ୍ତି ଲାଗି କେନ୍ଦୁଝର ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ସ୍ପଞ୍ଜ କଲୋନୀର ବରିଷ୍ଠ ନାଗରିକ ଶ୍ରୀ ତାରାକାନ୍ତ ମହାନ୍ତି, ଏଚ କେ ମିଶ୍ର, ସରୋଜ କୁମାର ମହାନ୍ତି, ହୈମବତୀ ମହାନ୍ତ, କୃତିବାସ ଲେଙ୍କା, କ୍ରିଷ୍ଣା ଦାସ ଆଦି ପ୍ରତିକାର ଲାଗି ଲିଖିତ ଅଭିଯୋଗ ପଞ୍ଚମ ଥର ଲାଗି ଦେଇଛନ୍ତି। ଏଥର କିଛି ନହେଲେ ବାଧ୍ୟ ହୋଇ କଲୋନିବାସୀ ମୁନିସିପାଲିଟି ଅଫିସ୍ ଘେରାଉ କରିବେ କହିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





