କୋରିଆନ୍ ମାର୍ସାଲ ଆର୍ଟ ସ୍କୁଲର ବାର୍ଷିକ ଉତ୍ସବ
ସ୍ଥାନ କଟକ
ତାରିଖ 05/09/23
କଟକ ରୁ ରିପୋର୍ଟ
କଟକ କଲେଜ ଛକ ସ୍ଥିତ ଇକ୍ୟୁନକ୍ସ ଜିମ୍
ହଲ୍ ଠାରେ କୋରିଆନ୍ ମାର୍ସାଲ ଆର୍ଟ ସ୍କୁଲର ପ୍ରଥମ ବାର୍ଷିକୋତ୍ସବ ପାଳିତ ହୋଇଥିଲା, ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ଏଡିସିପି ସେକ ସରିଫ ଉଦ୍ଦିନ ସାର୍ ଯୋଗଦେଇ କେକ୍ କାଟିବା ସହିତ ନିଜର ବକ୍ତବ୍ୟ ଦେଇଥିଲେ, ଏହି ଖେଳକୁ ସେ ଖୁବ୍ ପ୍ରସଂଶା କରିଥିଲେ, ଏହି ଖେଳ ଶିଖିବା ଦ୍ଵାରା ଆମେ ନିଜକୁ
ଆତ୍ମରକ୍ଷା କରି ପାରିବା ବୋଲି ଖେଳାଳି
ମାନଙ୍କୁ କହିବା ସହ, ସେମାନେ ଜାତୀୟ
ତଥା ଆନ୍ତର୍ଜାତୀୟ ଖେଳରେ ନିଜର ନାମକୁ ସ୍ଵର୍ଣ୍ଣ ଅକ୍ଷରରେ ଲେଖନ୍ତୁ, ଏହା ସହିତ ଭଲ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ଆୱାର୍ଡ ପ୍ରଦାନ କରିଥିଲେ, ଅନ୍ୟ ମାନଙ୍କ ଭିତରେ ଅତିଥି ଭାବେ ,ନିର୍ଦ୍ଦେଶକ କଟକ ଜିଲା ଟାଇ କଣ୍ଡୋ ଆସୋସିଏସନ ଶ୍ରି ଦେବାଶିଷ ଦତ୍ତ
ଯୋଗଦେଇ ଏହି ଖେଳର ମହତ୍ତ୍ଵ ବୁଝାଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ
କଲେଜ ଛକ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଶିକ୍ଷକ ମନୋଜ କୁମାର ଦାସ, ଶିଶୁ ମନ୍ଦିର ହାଇସ୍କୁଲ ର ପ୍ରଧାନ
ଶିକ୍ଷକ ଶ୍ରି ବାମନ ବଡୁ, ଇକ୍ୟୁନକ୍ସ ଜିମ୍ ର
ପ୍ରୋପାଇଟର ଶ୍ରୀ ସୁରତ ଶେଖର, ନନ୍ଦିଘୋଷ ଟିଭି ର ବରିଷ୍ଠ ସାମ୍ବାଦିକ
ଅଜୟ ଦାସ, ଜାତୀୟ କୋଚ୍ ଓ ମ୍ୟାଚ ପରିଚାଳକ ଶ୍ରି ଚନ୍ଦନ ସାହୁ, ଜାତୀୟ କୋଚ୍ ତଥା ଅବସରପ୍ରାପ୍ତ ଆର୍ମି ଅଫିସର
ଶ୍ରି ସଂଗ୍ରାମ କେଶରୀ କରଣ, ଏହି କାର୍ଯକ୍ରମରେ ଯୋଗ ଦେଇଥିଲେ, ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ଶିକ୍ଷକ ମାନଙ୍କୁ ଶିକ୍ଷକ ସମ୍ମାନୀତ ଆୱାର୍ଡ ଦ୍ଵାରା
ସମ୍ମାନୀତ କରାଯାଇଥିଲା, ସେହିଭଳି
ଶ୍ରି ଲଲିତ୍ ମୋହନ ରାଉତଙ୍କୁ ପୁଲିସ ସେବା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା, ନିକଟରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସମ୍ମାନୀତ ଆୱାର୍ଡ ପ୍ରତିଭା ପାଇଥିବା ଅଜୟ ଦାସ ଙ୍କୁ ମଧ୍ଯ ସମ୍ମାନୀତ କରାଯାଇଥିଲା, ଏହି କାର୍ଯକ୍ରମରେ ଟାଇକଣ୍ଡୋ ବେଲ୍ଟ ପରୀକ୍ଷା ମଧ୍ଯ କରାଯାଇଥିଲା, ଏଥିରେ 50 ରୁ ଅଧିକ ଖେଳାଳି ବିଭିନ୍ନ ବେଲ୍ଟ ପରୀକ୍ଷା ଦେଇଥିଲେ ,ଏହି ଅନୁଷ୍ଠାନର ସମ୍ପାଦକ ତଥା ଜାତୀୟ କୋଚ ଶ୍ରୀ ପ୍ରଦୀପ କାଣ୍ଡି ତଥା ସଭାପତି ଶ୍ରି ଗୁରୁଦତ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଏହି କାର୍ଯକ୍ରମରେ ସମସ୍ତ ଖେଳାଳି ଙ୍କ ଅଭିଭାବକ ମଧ୍ଯ ଯୋଗଦେଇଥିଲେ,





