ବ୍ଳକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଓ ବିଜ୍ଞାନ ଡ୍ରାମା,
ଅମ୍ବାଭୋନା -୦୬/୦୯/୨୦୨୩-
କେଦାରନାଥ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅମ୍ବlଭୋନl ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଓ ବିଜ୍ଞାନ ଡ୍ରାମା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ ଯୋଗ ଦେଇ ଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ ଯୋଗ ଦେଇ ଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସିଆର୍ ସି ସି ମହେନ୍ଦ୍ର ସାହୁ ପରିଚାଳନା କରିଥିବାବେଳେ ବ୍ଲକ ବିଜ୍ଞାନ ମଞ୍ଚର ଶିକ୍ଷକ ପରମେଶ୍ବର ରଥ ଅତିଥି ପରିଚୟ ପ୍ରଦାନ , ଶିକ୍ଷକ ମନୋହର ସାହୁ ଉଦ୍ଦେଶ୍ଯ ଜ୍ଞାପନ ଓ କେଦାରନାଥ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅମ୍ବlଭୋନlର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ଧନ୍ୟବାଦ୍ ଦେଇଥିଲେ। ବିଜ୍ଞାନ ଆଲୋଚନା ଚକ୍ରରେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ, ରୁଚିଦlର ଚାନ୍ଦିନୀ ପଧାନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବିଜ୍ଞାନ ଡ୍ରାମାରେ ଜନତା ଉଚ୍ଚ ବିଦ୍ୟାଳୟ ଭୁକ୍ତାର ଛାତ୍ର ଛାତ୍ରୀ ପରିବେଷଣ କରିଥିବା ‘ପ୍ରକୃତିଃ ରକ୍ଷତି ରକ୍ଷିତା’ ଶୀର୍ଷକ ନାଟକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସତ୍ୟବାଦୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,କପlଶିରl ଓ କେଦାରନାଥ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅମ୍ବlଭୋନା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନଅଧିକାର କରିଥିଲେ। ଶ୍ରେଷ୍ଠ ଅଭିନେତା ଶୁଭମ୍ ବର୍ଗେ , ଶ୍ରେଷ୍ଠ ଅଭିନେତ୍ରୀ ରୁବି ନେଗୀ, ଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟର୍ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଯଥାକ୍ରମେ ଶିକ୍ଷକ ସଞ୍ଜୟ ଖମାରୀ ଓ ଜନକରାମ ବାରିକ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ।ଶେଷରେ ଅମ୍ବlଭୋନା ବ୍ଲକ ବିଜ୍ଞାନମଞ୍ଚ ର ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




