କଟୁପାଲି ଗ୍ରାମରେ ଶ୍ରୀକୃଷ୍ଣଙ୍କ ଜନ୍ମଷ୍ଟମୀ ପାଳିତ
ଖଣି ଖାଦାନ ଭରା ବଣ ପାହାଡ଼ ପରିପୁର୍ଣ୍ଣ କେନ୍ଦୁଝର ଜିଲା ଯେ କେବଳ ଖଣି ଖାଦାନ ପାଇଁ ପ୍ରଶିଦ୍ଧତାହା ନୁହଁ , ଏଠାରେ ଜାତି ଧର୍ମ ବର୍ଣ୍ଣ ନିର୍ବଶେଷରେ ସମସ୍ତ ପର୍ବ ବେଶ ଧୁମଧାମରେ ପାଳିତ ହୋଇଥାଏ । ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସଂପ୍ରଦାୟ ଦ୍ୱାରା ସବୁ ପର୍ବ ହର୍ଷ ଉଲ୍ଲାସର ସହ ପାଳନ କରାଯାଇଥାଏ । ସେହିପରି ଏକ ଗାଁ ହେଲା ନୟାଗଡ଼ ପଞ୍ଚାୟତର ଏକ ଗାଁ କଟୁପାଲି ।
ସଂସ୍କୃତି ଓ ପରମ୍ପରା ଗାଁ କଟୁପାଲି, ଏହି ଗାଁରେ ଅଧିକାଂଶ ଗୋପାଳ ସଂପ୍ରଦାୟର ହୋଇଥିବାରୁ ଏଠାରେ ଦେବକୀ ନନ୍ଦନ ଶ୍ରୀକୃଷ୍ଣଙ୍କ ଜନ୍ମତ୍ସବ ବା ଜନ୍ମଷ୍ଟମୀ ବେଶ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି । ଏହି ଉତ୍ସବ ପାଇଁ ପ୍ରତ୍ୟେକ ଘରକୁ ବନ୍ଧୁବାନ୍ଧବଙ୍କ ଆଗମନ ହୋଇଥାଏ । ଗ୍ରାମର ସମସ୍ତ ଲୋକ ଏକତ୍ରିତ ହୋଇ ଏହି ଉତ୍ସବ ପାଳନ କରିଥାଆନ୍ତି ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




