ଅଣ ଶିକ୍ଷକ ଓ ସ୍କୁଲ କମିଟି ଙ୍କ ଭରସାରେ ଲଚିଦା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ, ବାରଣ୍ଡା ରେ ପଢ଼ିଲେ ପିଲା
ବରଗଡ଼:-(୧୫.୯)ସାରା ରାଜ୍ୟରେ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ପକ୍ଷରୁ ବାରମ୍ବାର ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଦାବୀ ହୋଇ ଆସୁ ଥିଲେ ସୁଦ୍ଧା ସରକାର ଶିକ୍ଷକ ମାନଙ୍କ ଦାବି କୁ ପୁରଣ ନକରି ଦିନ ପରେ ଦିନ ଗଡ଼ାଇ ଶିକ୍ଷକ ସମାଜ କୁ ଭୁଆଁ ବୁଲାଉ ଥିବା ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଯାହା ସେପ୍ଟେମ୍ବର ୧୪ ତାରିଖ ରୁ ଶିକ୍ଷକ ମାନେ କାର୍ଯ୍ୟବନ୍ଦ କରିବା ସହ ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହେବ ସେ ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଶିକ୍ଷକ ମାନେ ଧାରଣା ରେ ବସିଥିବା ବେଳେ ସ୍କୁଲ ରେ ପାଠପଢା ବ୍ୟାହତ ରହିଥିବା ବେଳେ ଗୋଷ୍ଟୀ ଶିକ୍ଷା ଅଧିକାରିଣୀ କିଛି ପ୍ରାଥମିକ ଶିକ୍ଷକ ମାନଙ୍କ ଧାରଣା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱଳ୍ପ କାଳ ପାଇଁ ନିୟୋଜିତ କରି ପାଠ ବ୍ୟାହତ ହେବନାହିଁ ବୋଲି ବାଃ ବାଃ ନେଉଥିବା ବେଳେ ଜ୍ୱଳନ୍ତ ଉଦାହରଣ ସ୍ୱରୂପ ବରଗଡ଼ ଜିଲା ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧିନସ୍ଥ ଲଚିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅଣ ଶିକ୍ଷକ ଓ ସ୍କୁଲ କମିଟି ଙ୍କ ଭରସାରେ ଦେଶର ଭବିଷ୍ୟତ ଗଢ଼ା ଚାଲିଛି।ନା ଶ୍ରେଣୀ କୋଠରୀ ଖୋଲା ଥିଲା ନା ଥିଲା ମଧ୍ୟାହ୍ନ ଭୋଜନ ର କିଛି ବ୍ୟବସ୍ଥା।ଯାହା ଆମେ କହୁନାହୁ ସ୍କୁଲ ପିଲା ଙ୍କ ଦୃଶ୍ୟରୁ ଜଣାପଡେ।ଏନେଇ ଶିକ୍ଷା ବିଭାଗ ପକ୍ଷରୁ ଜଣେ ଶିକ୍ଷକଙ୍କୁ ଦାୟିତ୍ଵ ଦେବାକୁ ଥିବାବେଳେ ଦିନ ୧୧ଟାରେ ପ୍ରାଥମିକ ଶିକ୍ଷୟିତ୍ରୀ ଜଣେ ପହଞ୍ଚି ଥିଲେ ସତ ହେଲେ ଶିକ୍ଷୟିତ୍ରୀ ଜଣକ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ପିଲାଙ୍କୁ କିଭଳି ଭାବେ ଶିକ୍ଷାଦାନ କରିବେ ତାହା ମୁଣ୍ଡ ବ୍ୟଥାର କାରଣ ସାଜିଛି।କେବଳ ସେତିକି ନୁହେଁ ବର୍ତ୍ତମାନ ସାରା ରାଜ୍ଯ ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡଘଡି ଓ ବିନା ଶିକ୍ଷକଙ୍କ ଭରସାରେ କିଭଳି ଭାବେ ପିଲାଙ୍କ ଭବିଷ୍ୟତ ଗଢ଼ା ହେବ ସେ ନେଇ ଚିନ୍ତାର ବିଷୟ ହୋଇଥିବାବେଳେ କେବେ ସରକାର ଶିକ୍ଷକଙ୍କ ଦାବୀ ପୂରଣ କରିବେ ଓ ସ୍କୁଲକୁ ଗୁରୁ ଫେରି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରିବେ ଅପେକ୍ଷା ରେ ଛାତ୍ରଛାତ୍ରୀ,ଅଭିଭାବକ ଅଭିଭାବିକା।




