( ଉଦବୃତ୍ତ ଜଳ ନିଷ୍କାସନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଚାଷୀ)
ଜଗତସିଂହପୁର
ତା =16/9/23
ଜଗତସିଂହପୁର
ଜିଲ୍ଲାରେ ଦିନକୁ ଦିନ ତେଜୁଛି ଚାଷୀ ଆନ୍ଦୋଳନ l କେତେବେଳେ ଜଳ ସେଚନ ପାଇଁ ତ ଆଉ କେତେବେଳେ ଜଳ ନିଷ୍କାସନ ଜନିତ ସମସ୍ୟା ପାଇଁ | ଯାହାକୁ ନେଇ ବିଭିନ୍ନ ସମୟରେ ରାଜ ରାସ୍ତାକୁ ଓଲ୍ହାଉଛି ଚାଷୀ l ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୁବିଧା ସହଯୋଗ ଓ ଯୋଜନାର ବ୍ୟବସ୍ଥା କରାଯାଇ ଥିବା ବେଳେ ଏହାକୁ କିଛି ଅସାଧୁ ପ୍ରଶାସନିକ ଅଧିକରୀ ମାନେ ଏହା ଚାଷୀ ମାନଙ୍କ ପାଖରେ ପହଞ୍ଚେଇବା ବଦଳରେ ଆତ୍ମସାତ କରୁଥିବାର ଦେଖା ଯାଉଛି l ଯାହାକୁ ନେଇ ଆଜି ରଘୁନାଥପୁର ବ୍ଲକର ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବା ସହିତ ନିଜର ଦାବୀ ଉପସ୍ଥାପନା କରିଛନ୍ତି l ମୁଖ୍ୟତ ଗତ ଲଘୁଚାପ ଜନିତ ବର୍ଷାରେ ତିନିଶହରୁ ଉର୍ଦ୍ଧ ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇଛି | ଜଳ ନିଷ୍କାସନ ହୋଇନପାରିବାରୁ ସହ ସହ ଚାଷୀ କ୍ଷତି ଗ୍ରସ୍ତ ହେଉଛନ୍ତି | ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବା ସହିତ ସମସ୍ୟା ସମାଧାନ କରିବା ନିମନ୍ତେ ରାଢ଼ଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଏକତ୍ରିତ ହୋଇ ଜିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

July 3, 2026/
No Comments



