ଭୂବନେଶ୍ବର: ବିଜୁ ଜନତା ଦଳ ଆଜି ତାହାର ଶ୍ରମିକ ସାମୁଖ୍ୟକୁ ନବକଳେବର କରିଛି। ଏ ନେଇ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯାଇଛି।
ସେହି ଅନୁସାରେ ବିଜୁ ଶ୍ରମିକ ସାମୁଖ୍ୟର ମୁଖ୍ୟ ଉପଦେଷ୍ଠା ଭାବେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରଦାନ କରାଯାଇଛି।
ସେହିପରି ଉପଦେଷ୍ଠା ଭାବେ ଦେବାଶୀଷ ସାମନ୍ତରାୟ ଏବଂ ପ୍ରଭାସ ସିଂଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ଏହି ସାମୁଖ୍ୟର ରାଜ୍ୟ ସଭାପତି ଭାବେ ପ୍ରଫୁଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି।
ସେହିପରି ସାଧାରଣ ସଂପାଦକ ଭାବେ ସୁବାଷ ସିଂଙ୍କୁ ନିଯୁକ୍ତ କରାଯାଇଥିବା ବେଳେ 10 ଜଣଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


