କାଞ୍ଚନ ବଜାର ପକ୍ଷରୁ ଗଣେଶଙ୍କ ପାଖରେ ଅର୍ନ ଶଖୁଡି ଭୋଗ ଲାଗି କରାଯାଇଥିଲା
ଢେଙ୍କାନାଳ (୨୧/୯): ଢେଙ୍କାନାଳ କାଞ୍ଚନ ବଜାର ଗଣେଶ ପୂଜା କମିଟି ପକ୍ଷରୁ ଗଣେଶଙ୍କ ପାଖରେ ଅର୍ନ ଶଖୁଡି ଭୋଗ ଲାଗି କରାଯାଇଥିଲା। ସ୍ଥାନୀୟ ସନ୍ତୋଷୀ ମା ମନ୍ଦିର ପ୍ରାଙ୍ଗଣରେ ଥିବା ପଡ଼ିଆ ଠାରେ ୨୦୦୦ ରୁ ଉର୍ଦ୍ଧ ଭକ୍ତମାନେ ଗଣେଶଙ୍କ ପ୍ରସାଦ କୁ ମହା ଆନନ୍ଦ ସହକାରେ ପାଇଥିଲେ। ମିଠା ଅର୍ନ, ସାଧା ଅର୍ନ, ଡ଼ାଲି,ଖଟା, ଘାଣ୍ଟ,ସାଗମୁଗ, କ୍ଷୀରୀ ଓ ପାମ୍ପଡ ଆଦି ପ୍ରସାଦ ପ୍ରସ୍ତୁତ ହୋଇଥିଲା। ସଭାପତି ରକି ମହମ୍ମଦ, ସମ୍ପାଦକ ସଂଜିବ କୁମାର ଦାସ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ବେହେରା, ଆଶିଷ ବେହେରା, ପପୁ ମହମ୍ମଦ,ପ୍ରତାପ ବେହେରା,ଲିଟୁ ସେଠୀ, ଗୋବିନ୍ଦ ସେଠୀ,ସେହେଲ ଆକ୍ରମ,ସୋମୁ ସେଠୀ,ବିକି ବେହେରା, ଆସିକ୍ ମହମ୍ମଦ, ବାବୁ ସେଠୀ ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଶାନ୍ତି ଶୃଙ୍ଖଳା ସହ ଏହି ପ୍ରସାଦ ସେବନ କାର୍ଯ୍ୟକ୍ରମ ଟି ସମ୍ପୂର୍ଣ ହୋଇଥିଲା।




