ଦେଶର ଯଶସ୍ଵିପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୩ତମ ଜନ୍ମଦିବସ ପୂର୍ତ୍ତିଅବସରରେ ରକ୍ତଦାନ ଶିବିର ଆୟୋଜନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ମଣ୍ଡଳ ବିଜେପି ପକ୍ଷରୁ ଦେଶର ଯଶସ୍ଵି ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କର ୭୩ତମ ଜନ୍ମ ଜୟନ୍ତୀ ପୂର୍ତ୍ତି ଅବସରରେ ବଡବିଲ ମଣ୍ଡଳ ବିଜେପି ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ, ବଡବିଲ ବିକାଶ ମହଲ ସଭା ଗୃହ ଠାରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡବିଲ ଅଞ୍ଚଳର ଜନସାଧାରଣ ଅକୁଣ୍ଠ ଚିତ୍ତରେ ରକ୍ତ ଦାନ କରିଥିବା ଦେଖିବାକୁ ମିଳିଥିଲା। ଏହି ରକ୍ତଦାନ ଶିବିର କୁ କେନ୍ଦୁଝର ଜିଲ୍ଲାର ବ୍ଲଡ ବ୍ୟାଙ୍କ ସହାୟତାରେ ଅୟୋଜନ ହୋଇଥିବା ବେଳେ ବ୍ଲଡବ୍ୟାଙ୍କ ଅଧିକାରୀ ଅକ୍ଷୟ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାରେ ରେ କରଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବଡବିଲ ମଣ୍ଡଳ ବିଜେପି ର କର୍ମକର୍ତ୍ତା ସହଯୋଗରେ ସଫଳ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମ ରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାଥି ଡକ୍ଟର ମୁରଲୀ ମନୋହର ଶର୍ମା, ଯୁବମୋର୍ଚ୍ଚା ସଂଯୋଜକ ପ୍ରକାଶ ମଲିକ୍, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମ ରଞ୍ଜନ ବାରିକ୍, ଜିଲ୍ଲା ବିଜେପି ଉପ ସଭାନେତ୍ରୀ ସ୍ଵପ୍ନା ସାହୁ, ବଡବିଲ ମଣ୍ଡଳ ସମ୍ପାଦକ ସୁନୀଲ ଦାସ, ଶ୍ରୀନିବାସ କୋନାର, ଶଙ୍କର କୋନାର, ପରମଜିତ୍ ସିଂ, ଦେବ ପ୍ରସାଦ ମିଶ୍ର ଶ୍ରଦ୍ଧାଞ୍ଜଳି କର ଅନିତା ଭୋମିକ୍ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।




