ଆମ୍ବୁଲାନ୍ସ ଗାଡିର ଅପବ୍ୟବହାର, ବଡବିଲ ସବ୍ ଜେଲ ଆମ୍ବୁଲାନ୍ସରେ ଚାଲିଛି ଚାଉଳ ବୁହା, ଅଧିକାରୀ କହିଲେ କଛି ଅସୁବିଧା ନାହିଁ।
ସରକାରଙ୍କ ପକ୍ଷରୁ ଯେଉଁସବୁ ସରକାରୀ ସ୍ଥାନରେ ଆମ୍ବୁଲାନ୍ସ ର ଅତ୍ୟାବଶ୍ୟକ ରହିଛି ସେ ସବୁ ସ୍ଥାନରେ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। କିନ୍ତୁ କିଛି ସ୍ଥାନରେ ଦେଖାଯାଏ କି ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱ ହୀନତା ଅବା ଖାମଖିଆଲି ମନୋଭାବ ଯୋଗୁ ଆମ୍ବୁଲାନ୍ସ ର ଅପବ୍ୟବହାର କରାଯାଉଥିବା ନଜରକୁ ଆସିଛି। ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ଅନ୍ତର୍ଗତ ରେ ଥିବା ସବ୍ ଜେଲ ଅଧିନରେ ଥିବା ଏକ ଆମ୍ବୁଲାନ୍ସ ରେ। ବଡବିଲ ସବ୍ ଜେଲ୍ ରେ ଥିବା ଆମ୍ବୁଲାନ୍ସ ଗାଡିରେ ଚାଲିଛି ଚାଉଳ ବୁହା। ଯାହାକି ସୂଚନା ରହିଛି ବଡବିଲ ସବ୍ ଜେଲ ରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଆଣିବା କରିବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାସଂସ୍ଥା କୁ ନିୟୋଜିତ କରାଯାଉଛି। ତେବେ କାହା ଇଙ୍ଗିତରେ ଆମ୍ବୁଲାନ୍ସ ଗାଡିର ଅପ ବ୍ୟବହାର କରି ବୁହାଜାଉଛି ଚାଉଳ, କଣ ଠିକା ସଂସ୍ଥା ଠିକାଦାର ନିଜର ଖର୍ଚ୍ଚ ବଞ୍ଚାଇବାକୁ ଯାଇ କିଛି ହାତଗୁଞ୍ଜା ଦେଇ ଏଭଳି କୁତ୍ସିତ କାର୍ଯ୍ୟ କରୁଛି କି ??? ଏହା ନିଶ୍ଚିନ୍ତ ଭାବେ ତଦନ୍ତ ସାପେକ୍ଷ। ଅପର ପକ୍ଷେ ବଡବିଲ ସବ୍ ଜେଲ, ଜେଲର ଙ୍କୁ ଏ ବିଷୟରେ ଫୋନ୍ ଯୋଗେ ଯୋଗାଯୋଗ କରି ପଚାରିବାରୁ, ଆମ୍ବୁଲାନ୍ସ ରେ ଚାଉଳ ବୁହା ଯିବାରେ କୌଣସି ଅସୁବିଧା ନାହିଁ ବୋଲି ମନ୍ତବ୍ୟ ଦେଇଛନ୍ତି। ଜଣେ ଜେଲ ଅଧିକାରୀଙ୍କ ଏଭଳି ମନ୍ତବ୍ୟ, ଆଗକୁ ଉକ୍ତ ଆମ୍ବୁଲାନ୍ସ ର ଅପ ବ୍ୟବହାର କରିବା ପାଇଁ ପଥ ପରିଷ୍କାର କରୁଥିବା ପରି ମନେହୁଏ। ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ନିକ୍ଷେପ କରି ବିହିତ ପଦକ୍ଷେପ ଗ୍ରହଣ କଲେ ଆଗକୁ ଏହିଭଳି ଭାବେ ଆମ୍ବୁଲାନ୍ସ ର ଅପବ୍ୟବହାର ହେବାଭଳି ଅଭାବନୀୟ ଘଟଣା ଦେଖିବାକୁ ନ ମିଳିବ ବୋଲି ଆଶା କରାଯାଉଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍।




