( କୁଜଙ୍ଗ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଆକାଉଟାଣ୍ଡ ଙ୍କ ଦ୍ଵାରା କୋଡିଏ ଲକ୍ଷ୍ୟ ରୁ ଉର୍ଦ୍ଧ ଇ ପି ଅଫ ଟଙ୍କା ହଡପ | ଭିଜିଲାନ୍ସ ତଦନ୍ତ ଦାବି )
ଜଗତସିଂହପୁର
ତା =27/9/23
ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଡ ମନୋଜ ତ୍ରିପାଠୀ କୋଟି କୋଟି ଟଙ୍କା କର୍ମଚାରୀ ଭବିଷ୍ୟତନିଧି ପାଣ୍ଠି (EPF) ରୁ ଆତ୍ମସାତ କରିଥିବା ଅଭିଯୋଗ ର ଭିଜିଲାନ୍ସ ନଚେତ କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି ଜୋର ଧରିଛି | ମିଳିଥିବା ସୂଚନା ମୁତାବକ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ଅଧୀନରେ ଥିବା ଜ଼ିଲ୍ଲା ପରିଷଦ ଶିକ୍ଷକ, ଶିକ୍ଷୟତ୍ରୀ, ବ୍ଲକ ଗ୍ରାଣ୍ଡ ଶିକ୍ଷକ, କଳା ଶିକ୍ଷକ ମାନେ 2007ରୁ 2015ମସିହା ପର୍ଯ୍ୟନ୍ତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଟଙ୍କା ଆଦୌ ପାଇନଥିଲେ ଅନେକ ଥର କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେବା ପରେ କୁଜଙ୍ଗ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଘଟଣା ର ତଦନ୍ତ କରି ସମସ୍ତ ଶିକ୍ଷକ ଙ୍କୁ ଏକ ମାସ ଭିତରେ ଇ ପି ଏଫ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରାଯାଇଥିଲା | ନଚେତ ଆନ୍ଦୋଳନ ର ଚେତାବନୀ ଦିଆଯାଇଥିଲା |ଶିକ୍ଷକ ସଂଘ ର ଦାବିପତ୍ର କୁ ଆଧାର କରି କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଘଟଣା ର ନିରପେକ୍ଷ ତଦନ୍ତ ଆରମ୍ଭ କରିଥିଲେ |ତଦନ୍ତ ରୁ ଜଣା ପଡିଥିଲା କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଆକାଉଣ୍ଟାଣ୍ଡ ମନୋଜ ତ୍ରିପାଠୀ ରାହାମା ବଜାରରେ ଥିବା ନିଜସ୍ୱ ମା ପଦ୍ମାବତୀ ଇଣ୍ଟରପ୍ରାଇଜର ବ୍ୟବସାୟୀ ଙ୍କ ଆକାଉଣ୍ଡ କୁ ବିଭିନ୍ନ ସମୟରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଟ୍ରାନ୍ସଫର କରି ବ୍ୟବସାୟ ବାଣିଜ୍ୟ କରିଛନ୍ତି | ହେଲେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଇ ପି ଏଫ ଟଙ୍କା ପେମେଣ୍ଟ କରିନଥିଲେ |ଏହା ପରେ କୁଜଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣା ସମ୍ପର୍କ ରେ ମେ ତିରିଶି ତାରିଖରେ କୁଜଙ୍ଗ ଥାନାରେ ମନୋଜ ଙ୍କ ନାମରେ FIR ଦେଇଥିଲେ | FIR କୁ ଆଧାର କରି କୁଜଙ୍ଗ ଥାନା 328/1/7/23ରିଖ ରେ ଏକ ମକଦମା ରୁଜୁ କରି ଗିରଫ କରି ଆଇନୀଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ | ହେଲେ ଦୁଃଖ ଓ ପରୀତାପ ର ବିଷୟ ଦଶ ବର୍ଷରୁ ଉର୍ଦ୍ଧ ହେବ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଇ ପି ଏଫ ବକେୟା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି | ଇତି ମଧ୍ୟ୍ୟ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ତଦନ୍ତ ସାରିଲାଣି ହେଲେ ଘଟଣା ର ଅନ୍ତ ଘଟିନାହିଁ |ଜ଼ିଲ୍ଲା ପ୍ରଶାସନ ତଦନ୍ତ ର ଆଳ ଦେଖାଇ ଶିକ୍ଷକମାନଙ୍କୁ ବାରମ୍ବାର ଭଣ୍ଡାଉଚି | ତେଣୁ ଇ ପି ଏଫ ଟଙ୍କା ହଡପକାରି ଙ୍କ ବିରୋଧ ରେ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ କୁଜଙ୍ଗ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି କେଶବ ଚନ୍ଦ୍ର ଦଳାଇ, ଅରୁଣ କୁମାର ରାଉତ, ଲଳିତ ପସୟତ, କଳ୍ପନା ପତି ପ୍ରମୁଖ ଦାବି କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




