ଅଳକୁଣ୍ଡ ପଞାୟତରେ ମହାପୁରୁଷ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମଦିନ ପାଳନ ପାଇଁ ଶାନ୍ତି କମିଟିର ବୈଠକ
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅଳକୁଣ୍ଡ ପଞାୟତରେ ମହାପୁରୁଷ ହଜରତ ମହମ୍ମଦଙ୍କ ପବିତ୍ର ଜନ୍ମଦିନ ପାଳନ ପାଇଁ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ମୁସଲିମ ସମ୍ପ୍ରଦାୟ ଓ ହିନ୍ଦୁ ଧର୍ମାବଲାମ୍ବୀ ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା କିଭଳି କରାଯିବ,ପାଳନ କିପରି ଭାବେ କରାଯିବ,ସେ ବିଷୟରେ ଆଲୋଚନା ହୋଇଥିଲା ଏଥିରେ ଅଳକୁଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦାଶ, ଆଇଆଇସି ପ୍ରଶାନ୍ତ କୁମାର ଦାଶ, ପଞାୟତର ବିଜେଡ଼ି ସଭାପତି ନିରଞ୍ଜନ ସାହୁ,ବ୍ଳକ ବିଜେଡ଼ି ସଭାପତି ମୁରଲି ବେହେରା,ଅଶୋକ ମହାନ୍ତି, ମହମ୍ମଦ ଓକିଲ,ଟୁକୁନା ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ
ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




