ନିହଲ ପ୍ରସାଦ ଆଂଚଳିକ ବିକାଶ ପରିଷଦର କ୍ରସର ବିରୋଧରେ ଅଭିଯୋଗ
ଢେଙ୍କାନାଳ, ୯।୧୦: ଗଁଦିଆ ବ୍ଲକ୍ ଅନ୍ତର୍ଗତ ନିହଲପ୍ରସାଦ ପଂଚାୟତର ଅଧିବାସୀମାନେ ଦୀର୍ଘ ଦିନ ହେବ ଜଗବନ୍ଧୁ କ୍ରସରରେ ବିଭିନ୍ନ କାର୍ଯ୍ୟକରି ପରିବାର ଭରଣ ପୋଷଣ କରୁଅଛନ୍ତି । ଏକ ସପ୍ତାହ ହେବ କିଛି ବ୍ୟକ୍ତି ଅରୁଣି କ୍ରସର ମାଲିକଙ୍କ କଥାରେ ପଡି ଅନ୍ୟ ନିରିହ ଲୋକମାନଙ୍କୁ ପ୍ରଲୋଭିତ କରି କ୍ରସରର ରାସ୍ତାକୁ ଅବରୋଧ କରି ଜୀବନଜୀବିକା ପ୍ରତିବନ୍ଧକ କରୁଥିବାରୁ ଜିଲ୍ଲାପାଳଙ୍କ ନିକଟେର ଏକ ଲିଖତ ଅଭିଯୋଗ ଜଣାଇଛନ୍ତି। ପ୍ରକାଶଥାଉକି, ଅରୁଣି କଂପାନୀ ମେଘା ବୋର୍ ବ୍ଲାଷ୍ଟିଙ୍ଗି (ଗନ) କରୁଛି । ଗାଁରେ ଘରଗୁଡିକ ଫାଟି ଯାଉଛି । ଗରିବ ଲୋକନ୍କୁ ସରକାର ଯେଉଁ ଘର ଦେଉଛନ୍ତି, ତାହା ମଧ୍ଯ କ୍ଷତିଗ୍ରସ୍ତ ହେଉଛି। ଅରୁଣି କଂପାନୀ କାମ କରୁଥିବା ପାହାଡ ପାଖରେ ହାଇସ୍କୁଲ୍, ଥାନା, ପଂଚାୟତ ଅଫିସ୍, ଆର୍.ଆଇ. ଅଫିସ୍ ଓ ଜନବସତି ଅଛି । ବ୍ଲାଷ୍ଟିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇ ତାହା ମଧ୍ୟ କ୍ଷତିଗ୍ରସ୍ତ ହେଉଛି । ରାସ୍ତାରେ ଦିନକୁ ୨୦୦ ହାଇଓ୍ବା ଯାଇ ଧୂଳି ଉଡି ପରିବେଶ ପ୍ରଦ୍ୟୁଷଣ ହେଉଛି । ଓଭର୍ ଲୋଡ୍ ଯାଇ ରାସ୍ତା ମଧ୍ୟ ଖରାପ ହେଇ ଖାଲ ସୃଷ୍ଟି ହୋଇ ସଡକ ଦୁର୍ଘଟଣା ହେଉଛି । ଅରୁଣି କ୍ରସର ଓ ପାହାଡର କାଗଜ ପତ୍ର ଠିକ୍ ନାହିଁ, ଯାହାକି ଏହା ତଦନ୍ତ ସାପେକ୍ଷ । ଅରୁଣି ରାଇସ୍ ମିଲ୍ରେ ଧାନରେ ୟୁରିଆ ସାର ପ୍ରୟୋଗ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ବେଳେ ରାଜାରାମ ପଣ୍ଡା, ଚକ୍ରଧର ରାଉତ, ଅଶୋକ ନାୟକ, ରୀତେଶ୍ କୁମାର ପ୍ରଧାନ, ଲଳିତ ବେହେରା, ଶଙ୍କର୍ଷଣ ଶାନ୍ତି, ଯୋଗେନ୍ଦ୍ର କୁମାର ଦାସ, ଅଜୟ କୁମାର ପଣ୍ଡାଙ୍କ ସମେତ ପଂଚାୟତର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।




